Odisha news

ଛାତ୍ରୀନିବାସ ମରାମତି ବିଳମ୍ବ, ଅନ୍ତେବାସିନୀ ହନ୍ତସନ୍ତ। 

0
ନୂଆପଡା -୧୬/୨ (ସୁରେନ୍ଦ୍ର ତିୱାରୀ)  ଛାତ୍ରୀନିବାସ ମରାମତି କାର୍ଯ୍ୟ ସମାପନ ରେ ଅହେତୁକ ବିଳମ୍ବ ଯୋଗୁଁ ଅନ୍ତେବାସିନୀ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଖୋଲିଗାଁ ସ୍ଥିତ କନ୍ୟାଶ୍ରମ ସଂଲଗ୍ନ ଶହେ ସ୍ଥାନ ବିଶିଷ୍ଟ ଛାତ୍ରୀନିବାସ ମରାମତି ପାଇଁ ଦଶ ଲକ୍ଷ ବ୍ୟୟ ଅଟକଳ ରେ କୋମନା ପଞ୍ଚାୟତ ସମିତି ଦ୍ୱାରା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଉକ୍ତ ଛାତ୍ରୀ ନିବାସ ର ଅନ୍ତେ ବାସିନୀ ଙ୍କୁ ବିଦ୍ୟାଳୟ ସଂଲଗ୍ନ ଅନ୍ୟ ଏକ ଚାଳିଶ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ କୁ ସାମୟିକ ଭାବେ ସ୍ଥାନାନ୍ତର କରାଯାଇ ଏହି କାର୍ଯ୍ୟ ଟି କୁ ଗତ ୧୪ ସେପ୍ଟେମ୍ବର ୨୦୨୪ ରୁ ଆରମ୍ଭ କରାଯାଇ ୨୦ ଡିସେମ୍ବର ୨୦୨୪ ରୁ ସମ୍ପୂର୍ଣ୍ଣ କରାଯାଇଥିବା  ସୂଚନା ଫଳକ ରେ ପ୍ରଦର୍ଶିତ ହୋଇଛି  କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଅଟେ। କାର୍ଯ୍ୟ ଟି ଅସମ୍ପୂର୍ଣ୍ଣ ହୋଇ ପଡିରହିଥିବା ବେଳେ ଉପର ମହଲା ରେ ବାଲି ଗୋଡି ପକେଇ ରଖାଯାଇଛି। ଶୌଚାଳୟ ମରାମତି ଅଧାପନ୍ତରିଆ ହୋଇ ପଡିରହିଥିବା ବେଳେ ଉପର ମହଲା ଚଟାଣ ରେ ଟାଇଲସ ଲଗାଯିବାକୁ କହୁଥିଲେ ହେଁ ଏଯାବତ ଏହା କରାଯାଇନାହିଁ। କନ୍ୟାଶ୍ରମ ରେ ୭୮ ଅନ୍ତେବାସିନୀ ରହୁ ଥିବା ପ୍ରଧାନ ଶିକ୍ଷକ କହୁଥିବା ବେଳେ ଚାଳିଶ ଶଯ୍ୟା ବିଶିଷ୍ଟ ପୁରୁଣା ଛାତ୍ରୀନିବାସ ରେ ବାଧ୍ୟବାଧକତା ରେ ରଖାଯାଇଥିବାରୁ ସେଠାକାର ସୀମିତ ଶୌଚାଳୟ ଓ ଶୟନ, ପଠନ ବ୍ୟବସ୍ଥା ମଧ୍ୟରେ କିଭଳି ସେମାନେ ଦିନ କାଟୁ ଥିବେ ତାହା ସହଜରେ ଅନୁମେୟ।କାର୍ଯ୍ୟ ସମ୍ପାଦନ କାରି କନିଷ୍ଠଯନ୍ତ୍ରୀ ଶାନ୍ତନୁ ରଣା ଇତି ମଧ୍ୟରେ କୌଣସି କାରଣ ରୁ ନିଳମ୍ବିତ ହୋଇଥିବା ବେଳେ ବର୍ତ୍ତମାନ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ବିରଞ୍ଚି ଉଦଣ୍ଡ ରାୟ ଙ୍କୁ ପଚାରିବାରୁ ଖୁବ ଶୀଘ୍ର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରକାଶ କରିଥିଲେ। ସୂଚନା ଯୋଗ୍ୟ ଯେ ଚାଳିଶ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ମରାମତି ପାଇଁ ଅର୍ଥ ବରାଦ ସତ୍ୱେ ଏହାର ମରାମତି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ।
Leave A Reply