Odisha news

ଆସନ୍ତା ତିନି ରେ ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା 

0
ନୂଆପଡା – ୧୬/୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସକାଶେ ଭୋଟ ଗ୍ରହଣ ପାଇଁ ନୂଆପଡା ଉପଜିଲ୍ଲାପାଳ ଙ୍କ ଦ୍ୱାରା ଆସନ୍ତା ୩ ମାର୍ଚ୍ଚ ୨୦୨୪  ତାରିଖ କୁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି। ଉକ୍ତ ଦିନ ଉପଜିଲ୍ଲାପାଳ ଙ୍କ ଦ୍ୱାରା ନିଯୁକ୍ତ ନିର୍ବାଚନ ଅଧିକାରୀ ଙ୍କ ସଭାପତିତ୍ୱ ରେ ଏକ ସ୍ୱତନ୍ତ୍ର ବୈଠକ ଜରିଆରେ ୱାର୍ଡ ସଭ୍ୟ ସଭ୍ୟା ଓ ସରପଞ୍ଚ ଙ୍କ ଉପସ୍ଥିତିରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବକ ଭୋଟ ଗ୍ରହଣ କରାଯିବ। ଏନେଇ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ନୋଟିସ ଜରିଆରେ ଅବଗତ କରାଯାଇଥିବା ନେଇ ଉପଜିଲ୍ଲାପାଳ ଙ୍କ ସୂତ୍ରରୁ ପ୍ରକାଶ।
Leave A Reply