Odisha news

ପ୍ରାଥମିକ ବାଳକ ବିଦ୍ୟାଳୟ ରେ ବୃକ୍ଷ ରୋପଣ

ନୂଆପଡ଼ା-୧୩/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା ସଦର ବ୍ଲକ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ବିଶ୍ଵରଞ୍ଜନ ମିଶ୍ରଙ୍କ ଆହ୍ବାନ କ୍ରମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମ ରେ ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି, ନୂଆପଡା ବ୍ଲକ ଶିକ୍ଷା ଅଧିକାରି ହେମସାଗର ମହାନନ୍ଦ ସମ୍ମନିତ ଅତିଥି, ରୂପେ ଯୋଗ ଦେଇଥିବା ବେଳେ ସ୍କୁଲ ପରିସର ମଧ୍ୟରେ ବୃକ୍ଷ ରୋପଣ କରିଥିଲେ।ମୋ ସ୍କୁଲ ଅଭିଯାନ ସମ୍ପର୍କରେ ଆଲୋଚନା କରିବା ସହ ପୋଷ୍ୟ ବିଦ୍ୟାଳୟ ଗ୍ରହଣ କରିଥିବା ପୁରାତନ ଛାତ୍ର ବିଶିଷ୍ଠ ସମାଜ ସେବୀ ଯୁବ ଆଇନ ଜୀବୀ କ୍ଷୀତିଶ ବୋଧନକର , ପ୍ରକୃତି ପ୍ରେମୀ ଡ଼ଃ କମଳ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସ୍କୁଲ ର ଶିକ୍ଷକ ଶିକ୍ଷତ୍ରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

IEC 2 years

Comments are closed.