ନବରଙ୍ଗପୁର (କେ.ସାକିଲି ଦୋରା)—ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଭାସ୍କର ରଇତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି, ନିକଟରେ ରାଜ୍ୟ ସରକାର ଶ୍ରୀ ରଇତଙ୍କୁ ଉପ ଜିଲ୍ଲାପାଳ ନବରଙ୍ଗପୁର ରୁ ଅତିରିକ୍ତ ଜିଲ୍ଲାପାଳ ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ଶ୍ରୀ ରଇତ ଜଣେ ମିଷ୍ଟଭାଷୀ, ଶାନ୍ତ ସରଳ, ପର ଉପକାରୀ ଏବଂ ଜଣେ ଉଦାର ମନା ବ୍ୟକ୍ତି ଭାବରେ ପରିଚିତ। ବର୍ତ୍ତମାନ ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବରେ ପାଇ କର୍ମଚାରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।
ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଶ୍ରୀ ରଇତ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ସେକ୍ସନ ଅଫିସର, ଭି କ୍ରିଷ୍ଣା ବେଣୀ, ଧନପତି ନାୟକ, ପି ହରି, ମାୟାଧର ନାୟକ, ଧନଞ୍ଜୟ ରାଓ,କୁସୁମିତା ଦୀପ, ମଧୁସ୍ମିତା ମିର୍ଗାନ, ଜୋଛନା ଚୌଧୁରୀ, ଶିବ କେଶବ ବ୍ରହ୍ମା, ମୀରା ପଣ୍ଡା, ନୀଳକଣ୍ଠ ରାଜୁ, ଦୁର୍ଗମାଧଵ ପଣ୍ଡା, ତ୍ରିଲୋଚନ ନାୟକ, ରାମଚନ୍ଦ୍ର ରଘୁ ମଣ୍ଡଳ, ୟାସର ଅଲ୍ଲୀ, ବବିତା ପରିଛା, ଲକି ହରିଜନ, ତୃପ୍ତି ପଟନାୟକ, ସଞ୍ଜୀବ ପଣ୍ଡା, ପାର୍ବତୀ ନାୟକ, ବୁଚି ପାତ୍ରାଣି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଅତିରିକ୍ତ ଜିଲ୍ଲାପାଳ ଭାବେ କିଛି ଦିନ ପୂର୍ବରୁ ଯୋଗ ଦେଇଥିବା ରତ୍ନାକର ସାହୁ ଙ୍କୁ ପ୍ରକଳ୍ପ ନିର୍ଦେଶକ ଡ଼ି ଆର ଡ଼ି ଏ ଭାବେ ବଦଳି ହୋଇଥିଲା।
Comments are closed.