Odisha news

ଜିଲ୍ଲାପାଳ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର(କେ.ସାକିଲି ଦୋରା)– ଭର୍ଚୁଅଲ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ  ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା ରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ରେ ପ୍ରକଳ୍ପ ନିର୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନବରଙ୍ଗପୁର,  ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଉପ ଜିଲ୍ଲାପାଳ, ଅଗ୍ରୱାଲ ଅକ୍ଷୟ ସୁନିଲ , ଡେପୁଟି ଜିଲ୍ଲାପାଳ, ନିର୍ମଳ ନାୟକ,ମୌସୁମୀ ନାୟକ, ଅନାମିକା ପାଣ୍ଡେ ସମେତ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ତହସିଲର  ତହସିଲଦାର, ଅତିରିକ୍ତ ତହସିଲଦାର, ଉପ ନିବନ୍ଧକ,  କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ଅବକାରୀ ଅଧିକ୍ଷକ  ପ୍ରମୁଖ  ଆଲୋଚନା ରେ ଭାଗ ନେଇଥିଲେ।
ଜିଲ୍ଲାର ବିଭିନ୍ନ ରାଜସ୍ୱ ମାମଲା ଗୁଡିକ ନିର୍ଦ୍ଧାରିତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଫଇସଲା କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦେଶ ଦେବା ସହ ସମସ୍ତ ସୌରାତ ମାମଲା ଗୁଡିକର  ଶୀଘ୍ର ଫଇସଲା କରି ଚରା ଚାଲାଣ ରୋକିବା ପାଇଁ ବ୍ୟାପକ ଯାଞ୍ଚ କରି ରାଜସ୍ବ ଆଦାୟ କରିବାକୁ  କହିଥିଲେ । ସରକାରୀ ଅଧିକାରୀ ଏବଂ  ସରକାର କର୍ମଚାରୀ ଙ୍କ ସେବା ପୁସ୍ତକକୁ ଅତିଶୀଘ୍ର ଇ- ସେବା ପୁସ୍ତକ ରେ ଆସନ୍ତା ୧୫ ତାରିଖ ସୁଦ୍ଧା ପରିଣତ କରିବା ନିମନ୍ତେ ଜିଲ୍ଲାପାଳ ଡଃ ମିଶ୍ର ସମ୍ପୃକ୍ତ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି।  ଚଳିତ ବର୍ଷ ଖରିଫ ଧାନ ଚାଷର  ସଠିକ ଆକଳନ କରି  ଚାଷୀ ମାନଙ୍କୁ ପଞ୍ଜିକୃତ କରିବା ପାଇଁ ଵିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ଜଙ୍ଗଲ ଜମି ଗୁଡିକ ଠିକ ଭାବରେ ସରଜମିନ କରିବା ପରେ ଆବଶ୍ୟକୀୟ ସଂଶୋଧନ କରି ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦେଶ ଦେଇଛନ୍ତି। ସହିଦ ପରିବାର ର ଉତ୍ତରାଧିକାରୀ ଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ତୁରନ୍ତ ଜମି ଯୋଗାଇ ଦେବା ବିଷୟରେ  ଜିଲ୍ଲାପାଳ ଡ଼ଃ ମିଶ୍ର ଗୁରୁତ୍ୱ ଆରୋପ କରିଥିଲେ ।

Comments are closed.