ବୋରିଗୁମ୍ମା(କେ.ସାକିଲି ଦୋରା)—- ବୋରିଗୁମ୍ମା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକା କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।ପୋଲିସ ସୂତ୍ରରୁ ପ୍ରକାଶ ଯେ ବି ସିଂହପୁର ଥାନା ଅଞ୍ଚଳର ଜୈନିକ ନାବାଳିକା ଗତ କିଛି ଦିନ ତଳେ ମାମୁଁ ଘର ପଡୋଶୀ ରାଜ୍ୟ ଛତିଶଗଡ଼ ର ଜଗଦଲପୁର ଯାଇଥିଲା। ସେଠାରୁ ଗତ ୦୬.୦୭.୨୦୨୧ ତାରିଖରେ ମାମୁଁ ଘର ରୁ ଫେରି ବୋରିଗୁମ୍ମା ଛକ ରେ ପହଁଚିଲା।
ବୋରିଗୁମ୍ମା ରୁ ନିଜ ଗାଁ କୁ ଫେରିବା ପାଇଁ କୌଣସି ଗାଡି ନ ମିଳିବାରୁ ବୋରିଗୁମ୍ମା ଛକ ରେ ଠିଆ ହୋଇଥିବା ବଡ ପିଣ୍ଡାପଦର ର ୨୨ ବର୍ଷୀୟ ଯୁବକ ଜଗନ୍ନାଥ ହରିଜନ କୁ ମିଶିଥିଲା।ଯୁବକ ଜଣଙ୍କ କୌଣସି ସୂତ୍ରରୁ ବନ୍ଧୁ ବର୍ଗ ବୋଲି ପରିଚୟ ଦେଇ କୌଶଳ କ୍ରମେ ନାବାଳିକା କୁ ନିଜ ଗାଁ କୁ ନେଇ ପଳାଇଥିଲା।ନିଜ ଘରେ ନାବାଳିକା କୁ ରଖି ବାରମ୍ବାର ଦୁଷ୍କର୍ମ କରିଥିବା ନାବାଳିକା ଙ୍କ ମାଆ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ନାବାଳିକା କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଜଗନ୍ନାଥ ହରିଜନ କୁ ଗିରଫ କରିଛି। ନାବାଳିକା ର ଡାକ୍ତର ମାଇନା କରିବା ସହ ଜୟପୁର ମହିଳା ଥାନାରେ ନାବାଳିକା ର ୧୬୧ ବୟାନ ରେକର୍ଡ କରାଯାଇଛି। ଏନେଇ ବୋରିଗୁମ୍ମା ଥାନାରେ କେସ ନମ୍ବର ୯୩ / ୨୦୨୧ ଦଫା ୩୬୩,୩୬୬,୩୭୬ ପସ୍କ ରୁଜୁ କରାଯାଇଛି। ତଦନ୍ତ କାରୀ ଅଧିକାରୀ ଏସ ଆଇ ଶ୍ରୀକାନ୍ତ ସାହୁ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛନ୍ତି।
Comments are closed.