ନୂଆପଡ଼ା-୧୩/୭ -ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ଆଜି ଇଷ୍ଟ କୋଷ୍ଟ ରେଳ ନୂଆପଡା – ଖରିଆରରୋଡ ମଧ୍ୟସ୍ଥ ପଟପରପାଲି ଗ୍ରାମ ପାର୍ଶ୍ୱ ରେଲ ଲାଇନ ପାରି ହେଉ ଥିବା ବେଳେ ସମତା ଏକ୍ସପ୍ରେସ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପଟପରପାଲି ଗାଁର ନରେଶ ପ୍ରସାଦ ପଣ୍ତା ବୋଲି ଜଣା ପଡ଼ିଛି । ଆରପିଏଫ ତରଫରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।। ଶବ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ଥାନ୍ତର କରିବା ଜଣାପଡିଅଛି। ଡବଲ ଲାଇଲ ଯୋଗୁ ବୃଦ୍ଧ ଜଣକ ଅନ୍ୟ ରେଳ ଧରଣା ରେ ଠିଆ ହୋଇଥିବା ବେଳେ ବିପରୀତ ଦିଗରୁ ସମତା ଏକ୍ସପ୍ରେସ ମାଡି ଯାଇଥିବା କୁହାଯାଉଛି।
Comments are closed.