Odisha news

ଚିକିତ୍ସା ଅଭାବରୁ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଅଭିଯୋଗ 

0
ନୂଆପଡ଼ା -୧/୨ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଡୁଙ୍ଗରିପାଲି ଗ୍ରାମର ଜଗଦୀଶ ଶବର (୪୮)ରୋଗଗ୍ରସ୍ତ ହୋଇ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିବା ତାଙ୍କ ପୁଅ ଚିତ୍ତରଞ୍ଜନ ଅଭିଯୋଗ କରିଛନ୍ତିଓ ବିଳମ୍ବିତ ରାତ୍ରୀ ରେ ତାଙ୍କ ଶବସହ ତାଙ୍କ ପରିବାର ଲୋକେ ଗାଁ ରେ ପହଂଚିବେ ବୋଲି ସୂଚନା ଦେଇଛନ୍ତି.। ଜଗଦୀଶ ଶବର ୫ ଡିସେମ୍ବର ୨୦୨୪ ଦିନହରିଶଙ୍କର ରୋଡ଼ ରଦାରା ନାମକ ଦାଦନ ଶ୍ରମିକ ଙ୍କ ପ୍ରରୋଚନା ରେ  ନିଜ ସ୍ତ୍ରୀ, ପୁଅ ବୋହୁ ଓ ନାବାଳିକା ଝିଅ ସହ ସୁଦୂର ନିଜାମବାଦ କୁ ଦାଦନ ଖଟିବାକୁ ଯାଇ ଇଟା ଗଢିବାରେ ନିୟୋଜିତ ଥିଲେ। ସେଠାରେ ତାଙ୍କୁ ଜ୍ୱର ହେବାରୁ ପ୍ରାଥମିକ ଚିକିତ୍ସା ପରେ ନିଜ ଖର୍ଚ୍ଚରେ ଧର୍ମାରାମ ସ୍ଥିତ କୌଣସି ଏକ ଡାକ୍ତରଖାନା ରେ ଚିକିତ୍ସିତ ହୋଇ ଫେରିଆସିଥିଲେ। ତେବେ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବା ସତ୍ୱେ ଇଟା ଭାଟି ମାଲିକ ମଦ ପିଇ ନାଟକ କରୁଛୁ କହି ଶାରୀରିକ ଶ୍ରମ ପାଇଁ ବାଧ୍ୟ କରିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିବା ପରେ ତାଙ୍କୁ ଆମ୍ବୁଲେନ୍ସ ଯୋଗେ ନିଜ ଗ୍ରାମକୁ ପରିବାର ଲୋକେ ନେଇ ଆସୁଥିବା ଜଣାପଡିଛି।ଦାଦନ ଶ୍ରମିକ ଭାବେ ଖଟୁ ଥିଲେହେଁ ତାଙ୍କ ଚିକିତ୍ସା ବ୍ୟବସ୍ଥା ଇଟାଭାଟି ମାଲିକ କରି ନ ଥିବା ତଥା ଶୁଦ୍ଧି ପରେ ପୁଣି ଆସି ଦାଦନ ଖଟିବାକୁ ସମ୍ପୃକ୍ତ ଇଟାଭାଟି ମାଲିକ ବାଧ୍ୟ କରିବା ସହ ପରିବାର ଲୋକଙ୍କ ଆଧାର କାର୍ଡ ରଖିନେଇଥିବା ଚିତ୍ତ ରଞ୍ଜନ ସୂଚନା ଦେଇଛନ୍ତି। ଜଗଦୀଶ ଗରିବ ଶ୍ରେଣୀ ର ହୋଇଥିବାରୁ ପ୍ରଶାସନ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ଦେବାକୁ ସାଧାରଣରେ ଦାବୀ ହେଉଛି।
Leave A Reply