Odisha news

ସୁନାବେଡ଼ାରେ ମାଗଣା ସ୍ବାସ୍ଥ୍ୟ ଶିବିର 

0
ନୂଆପଡ଼ା – ୧/୨ (ସୁରେନ୍ଦ୍ରତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ାରେ ଏକ ବିଶାଳ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇ ଯାଇଛି l ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ତରଫରୁ ଏହି ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇ ଥିଲା l ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତର ୧୨୦ ଜଣ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଇ ମାଗଣାରେ ଔଷଧ ପ୍ରଦାନ କରା ଯାଇ ଥିଲା l କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡା.ପ୍ରିୟ ରଂଜନ ସାହୁ, ଡ଼ା.ଶ୍ରୀତମ ସାହୁ, ଡ଼ା. ଶିବାଙ୍ଗି ରଥ, ଦେବଦତ୍ତ ସିଂହ, ମୀନା କୁମାରୀ ବାଗ,ସଂଜୀବନୀ ହେଲଥ କ୍ଲିନିକ୍ ର ଡ଼ା. ସଂଯୁକ୍ତା ବେହେରା, ପ୍ରେମଚନ୍ଦ ବୈଠାରୁ,କୃଷ୍ଣ ଚନ୍ଦ୍ର ଶବର, ଲିପିକା ବର୍ଗେ ପ୍ରମୁଖ  ସ୍ବାସ୍ଥ୍ୟ ଶିବିରରେ ସହଯୋଗ କରି ଥିଲେ l ଚିହ୍ନଟ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରା ଯିବା ସହ ମାଗଣାରେ ମଶାରୀ ମଧ୍ୟ ପ୍ରଦାନ କରା ଯାଇଛି l ଏହି କାର୍ଯ୍ୟକ୍ରମରେ ଚକୋଟିଆ ଭୂଞ୍ଜିଆ ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ବିଜୟା ନନ୍ଦ ମଲ୍ଲିକ , ପ୍ରସନ୍ନ କୁମାର ନାୟକ ପୋଷଣ ଅଧିକାରୀ, ଜିତେନ୍ଦ୍ର ପ୍ରସାଦ ସିଂହ ପ୍ରମୁଖ ସହଯୋଗ କରି ଥିଲେ l
Govt
Leave A Reply