ବିଦୁର ଙ୍କ ନୀତି ଅନୁସାରେ ଇର୍ସା ପରାୟଣ ବ୍ୟକ୍ତି ଗୋଟିଏ ଜହର ସଦୃଶ ହୋଇଥାଏ, ଯିଏକି ନିଜ ମଧ୍ୟରେ ଏଭଳି ସବୁ ଗୁଣକୁ ଭରି ରଖିଥାଏ ଯାହା ଜାଣିବା ଆମ ପକ୍ଷରେ କଷ୍ଟ ହୋଇଥାଏ l ଏବଂ ଏହି ଗୁଣ ଥିବା ବ୍ୟକ୍ତି ଏକଦା ଆପଣଙ୍କର ଚିର ଶତ୍ରୁ ମଧ୍ୟ ହୋଇଯାଆନ୍ତି l ଯାହା ଗୋଟିଏ ସାଧାରଣ ଲୋକ ଜୀବନ ରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥାଏ l ବିଦୁର ନିଜ ନୀତିରେ ଈରଲୁ ବ୍ୟକ୍ତିଙ୍କ ୭ଟି ସ୍ଵଭାଵ କୁ ଦର୍ଶାଇଛନ୍ତି l ତାହା ହେଲା –
– ଯଦି କୌଣସି ବ୍ୟକ୍ତି ସମସ୍ତଙ୍କ ସମୁଖରେ ଆପଣଙ୍କୁ ଏଭଳି ଉପଦେଶ ଦେଉଛି ଯାହାକି ଆପଣଙ୍କୁ ଏକୁଟିଆରେ ଦେଇପାରିବ , ତେବେ ଜାଣି ରଖିବେ ଯେ ସେ ଅନ୍ୟ ମାନଙ୍କ ସମୁଖରେ ଆପଣଙ୍କୁ ଛୋଟ କରିବାକୁ ଚାହୁଁଚି ବୋଲି ଏଭଳି ଉପଦେଶ ଦେଉଛି l
– ଆପଣଙ୍କୁ ଇର୍ସା କରୁଥିବା ବ୍ୟକ୍ତି ଆପଣଙ୍କ ଖୁସି, ଉନ୍ନତି କିମ୍ବା କୌଣସି ମଧ୍ୟ ଆପଣଙ୍କ ଭଲ କାମରେ ଆପଣଙ୍କୁ ସ୍ୱାଗତ ଜଣାଇ ନଥାଆନ୍ତି, ବରଂ ଏହି କାମରେ କିଛିନା କିଛି କମି ବାହାର କରିବାକୁ ଉଚିତ ମଣି ଥାଆନ୍ତି l
– ଯେଉଁ ବ୍ୟକ୍ତି ସମସ୍ତଙ୍କ ସହିତ ମିଶି ଆପଣଙ୍କ ର ମଜାକ ଉଡାଇ ଥାଆନ୍ତି ତେବେ ସେମାନେ ଭବିଷ୍ୟତ ରେ ଆପଣଙ୍କ ପାଇଁ ଅଧିକ ଭୟଙ୍କର ହୋଇପାରନ୍ତି l
– କିଛି ଲୋକ ଏଭଳି ଥାଆନ୍ତି ଯିଏକି ମଉକା ପାଇବା ମାତ୍ରକେ କ୍ରୋଧ ଦେଖାଇ ଅସନ୍ତୁଷ୍ଟ ହୋଇପାରନ୍ତି ତେବେ ଜାଣିନେବେ ଯେ ସେ ବ୍ୟକ୍ତି ଆପଣଙ୍କୁ ଇର୍ସା ହୋଇ ସମ୍ପର୍କ ଭାଙ୍ଗିବାକୁ ଚାହିଁ ଥାଆନ୍ତି l ଏହିଭଳି ବ୍ୟକ୍ତି ଇର୍ସା ପରାୟଣ ଅଟନ୍ତି l
– ଆପଣ ଅନେକ ପରିଶ୍ରମ କରି ଯେତେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଆପଣଙ୍କ କାର୍ଯ୍ୟ ତାଙ୍କୁ ଦେଖାଯାଇ ନଥାଏ l ଏବଂ ଆପଣଙ୍କୁ ବାରମ୍ବାର ଅନ୍ୟ ସହିତ ତୁଳନା କରିଥାଏ , ଏବଂ ଆପଣଙ୍କ କାର୍ଯ୍ୟ କୁ ହୀନ ମନେ କରିଥାଏ ଏହା ଗୋଟିଏ ଈର୍ଷାଳୁ ସ୍ୱଭାବର ବ୍ୟକ୍ତିର ପରିଚୟ ଅଟେ l
– କିଛି ବ୍ୟକ୍ତିଙ୍କ ସ୍ଵଭାଵ ରହିଥାଏ ପିଠି ପଛରେ ଆଲୋଚନା କରିବା ଯଦି କୌଣସି ବ୍ୟକ୍ତି ଆପଣଙ୍କ ପଛରେ ଖରାପ ଆଲୋଚନା କରୁଛି ତେବେ ଜାଣି ରଖିବେ ଯେ ଏହିଭଳି ବ୍ୟକ୍ତି ଈର୍ଷାଳୁ ସ୍ଵଭାଵ ର ଅଟନ୍ତି l ଏବଂ ଏହିଭଳି ବ୍ୟକ୍ତି ଠାରୁ ଦୁରେଇ ରହିବା ଜରୁରୀ l
– ଯଦି କୌଣସି ବ୍ୟକ୍ତି ଆପଣଙ୍କ ସହିତ ନଜର ମିଳାଇବାକୁ ଚାହୁଁନାହିଁ, ତେବେ ଜାଣି ରଖିବେ ଯେ ସେ ବ୍ୟକ୍ତି ଆପଣ ଙ୍କୁ ଇର୍ସା କରୁଛି ଏବଂ ଆପଣଙ୍କୁ ଦେଖିବାକୁ ଚାହୁଁନାହିଁ l