ନୂଆପଡ଼ା – ୨୫/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ ମନମାନି ଯୋଗୁଁ ଉକ୍ତ ପଞ୍ଚାୟତ ର ବାର୍ଦ୍ଧକ୍ୟ /ବିଧବା /ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ଯଥା ସମୟରେ ନିଜର ପ୍ରାପ୍ୟ ଭତ୍ତା ପାଇବାକୁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରି ଯିବାକୁ ପଡୁଛି। ସୂଚନା ଯୋଗ୍ୟଯେ ବ୍ଲକ କାର୍ଯ୍ୟାଳୟ ରୁ ପଞ୍ଚାୟତ ର ବାର୍ଦ୍ଧକ୍ୟ ଭତ୍ତା ଏକାଉଣ୍ଟ କୁ ଅର୍ଥ ସ୍ଥାନାନ୍ତର କଲାପରେ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଙ୍କ ଯୁଗ୍ମ ସ୍ଵାକ୍ଷର ରେ ଭତ୍ତା ଟଙ୍କା ବେଙ୍କ ରୁ ଉଠାଣ କରାଯାଇ ହିତାଧିକାରୀ ଙ୍କୁ ନଗଦ ଆକାରରେ ପଞ୍ଚାୟତ କାର୍ଯ୍ୟାଳୟ ରେ ବଣ୍ଟନ କରାଯାଏ, କିନ୍ତୁ ସରକାରୀ ନୀତି ନିୟମ କୁ ଖାତିର ନ କରି ଉକ୍ତ ସରପଞ୍ଚ ଟଙ୍କା ଉଠାଣ କରିବାକୁ ଚେକ ରେ ସ୍ଵାକ୍ଷର କରିବାକୁ ନିର୍ବାହୀ ଅଧିକାରୀ ଙ୍କୁ ମନା କରିଦେବାରୁ ଟଙ୍କା ଉଠାଣ ସମ୍ଭବ ନ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ହିତାଧିକାରୀ ଙ୍କ ଠାରୁ ସୂଚନା ପାଇବାପରେ ଆଜି ଦୁଇଜଣ ବରିଷ୍ଠ ଜିଲ୍ଳା ସ୍ଥରୀୟ ସାମ୍ବାଦିକ ଲୋକ ନାଥ ମହାପାତ୍ର ଓ ସୁରେନ୍ଦ୍ର ତିୱାରୀ ଲଖନା ପଞ୍ଚାୟତକୁ ସ୍ଥିତି ଅନୁଧ୍ୟାନ ପାଇଁ ଯାଇ ଘଟଣା ସମ୍ବନ୍ଧରେ ସରପଞ୍ଚ ଙ୍କୁ ଯୋଗାଯୋଗ କରିବାରୁ ସରପଞ୍ଚ ଜିତେନ୍ଦ୍ର ଠାକୁର କାର୍ଯ୍ୟାଳୟ ଆସି ବୃଦ୍ଧବୃଦ୍ଧା,ଦିବ୍ୟାଙ୍ଗ ଓ ୱାର୍ଡ ସଭ୍ୟ ଙ୍କ ଉପସ୍ଥିତି ରେ ସାମ୍ବାଦିକ ଦ୍ବୟ ଙ୍କୁ ସରପଞ୍ଚ ଦୁର୍ବ୍ୟବହାର ପ୍ରଦର୍ଶନ କରି ଥିଲେ ଏପରିକି ବିଡ଼ିଓ ଓ ଜିଲ୍ଲାପାଳ ଙ୍କ ସହ ମୋବାଇଲ ରେ ଅଶୋଭନୀୟ ଭାଷା ରେ ବାର୍ତ୍ତାଳାପ କରିଥିବା ବେଳେ ଏ ଘଟଣା ଦେଖି ଉତ୍ୟକ୍ତ ହୋଇ ଉପସ୍ଥିତ ଲୋକେ ସରପଞ୍ଚ ଶ୍ରୀ ଠାକୁର ଙ୍କୁ ରାଗିଯାଇ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିଥିଲେ। ଏ ସମ୍ବନ୍ଧରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେମନ୍ତ ପୁଟା ଙ୍କୁ ଯୋଗାଯୋଗ କରାଯିବାରୁ ଶନିବାର ଓ ରବିବାର ବେଙ୍କ ବନ୍ଦ ଥିବାରୁ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇ ସୋମବାର ଭତ୍ତା ବଣ୍ଟନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଏଠାରେ ସୁଚନା ଯୋଗ୍ୟ ଯେ, ଗତ ସପ୍ତାହ ରେ ସରପଞ୍ଚ ଉକ୍ତ ପଞ୍ଚାୟତ ର ନାଏବ ସରପଞ୍ଚ, ମହିଳା ପିଇଓ, ଯୋଗାଣ ସହାୟକ, ବିଡ଼ିଓ ଓ ଜିଲ୍ଲାପାଳ ଙ୍କୁ ମୋବାଇଲ ଫୋନ ଯୋଗେ ନାଏବ ସରପଞ୍ଚ ଓ ପିଇଓ ଙ୍କୁ ରାଗିଯାଇ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିଥିବା ଅଡିଓ ରେକର୍ଡିଂ ଜିଲ୍ଲା ସାରା ମୋବାଇଲ ରୁ ମୋବାଇଲ ଭାଇରାଲ ହୋଇ ଘୁରି ବୁଳୁଛି। ଏ ସମ୍ବନ୍ଧ ରେ ଲଖନା ଥାନା ରେ କେଶ ରୁଜୁ ହୋଇଛି। ଖବର ଲେଖା ହେବା ଯାଏଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇ ନାହିଁ।