Odisha news

ଗଣ୍ତାବାହାଲିରେ ମୁକ୍ତ ବିଚାର ମଞ୍ଚର ଆଲୋଚନା ଚକ୍ର। 

0
ନୂଆପଡ଼ା – ୨୪/୧- (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ ଖଡ଼ିଆଳ ମୁକ୍ତ ବିଚାର ମଞ୍ଚର ଏକ ଆଲୋଚନା ଚକ୍ର  ସ୍ଥାନୀୟ ଜାଗୃତି ମଣ୍ଡଳୀର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ” ଶକ୍ତି ଉପାସନା ଓ ଦେବାଦେବୀ ପୂଜନ ବିଧିରେ ବଳି ପ୍ରଥା ଯଥାର୍ଥ କି ?”  ଶୀର୍ଷକ ଆଲୋଚନା ସଭାରେ ପ୍ରାକ୍ତନ ଆୟକର କମିଶନର ଶ୍ରୀକାନ୍ତ ଚଟ୍ଟର୍ଜୀ ଅଧ୍ଯକ୍ଷତା କରିଥିବା ବେଳେ ସପକ୍ଷ ଆଲୋଚକ ଭାବରେ ଫଣିନ୍ଦମ ସିଂ ଦେଓ, ଆଦିତ୍ଯ ନାଥ ପଣ୍ତା ଓ  ବିପକ୍ଷ ଆଲୋଚକ ଭାବରେ ତାରା ପ୍ରସାଦ ଆଚାର୍ଯ୍ୟ ଏବଂ ଧୃବ ଚରଣ ପ୍ରଧାନ ଯୋଗ ଦେଇ ନିଜନିଜ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସତ୍ଯବ୍ରତ ଗହୀର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଲମ୍ବୋ ଓ ଅର୍ଜୁନ ଦେବଗୁରୁ ପାରମ୍ପରିକ ସାରଙ୍ଗୀ ବାଦନ କରିଥିଲେ । ସ୍ଥାନୀୟ ଶିଶୁମନ୍ଦିର ଭାଇଭଉଣୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ନାଟ୍ଯକାର ଭୀଷ୍ମରାଜ ମେହେରଙ୍କ ଲିଖିତ ନାଟକ “ଭାରତ ଆମର ଜଗତ ଗୁରୁ” ପୁସ୍ତକ ଉନ୍ମୋଚନ ହେବା ସହ ଏହାର ଟେଲି ଫିଲ୍ମ ସୁଟିଂର ଶୁଭ ମହୁରତ୍ କରାଯାଇଥିଲା । ଅନ୍ଯମାନଙ୍କ ମଧ୍ଯରେ କଣ୍ଟାବାଞ୍ଜି କଲେଜ ଅଧ୍ୟକ୍ଷ ଡ଼ଃ ପଦ୍ମ ଲୋଚନ ବର୍ମା, ପ୍ରାକ୍ତନ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ସଙ୍ଗୀତଜ୍ଞ ନନ୍ଦଳାଲ ବାରିକ, ସାହିତ୍ୟିକ ଗୌରାଙ୍ଗ କୁମାର ସାହୁ,  ଗଙ୍ଗାଧର ସାହିତ୍ୟ ସମିତି ସଭାପତି ବୈଷ୍ଣବ ମେହେର, ମୀନା ଶାହା, କୁରଙ୍ଗୀ ମେହେର, ସନ୍ନ୍ଯାସୀ ଦାସ, ଜଗନ୍ନାଥ ସେଠୀ, ନରହରି ମେହେର, ଭଗବାନ ଚଲାନ, ସାଧୁ ରବୀନ୍ଦ୍ର ଦାସ ବାବା, କିଶୋର ସେଠୀ, ପ୍ରଦ୍ୟୁମ୍ନ ସିଂ ଚିନ୍ଦା, ବଂଶୀଧର ଜଗତ, ତପନ ସା, କାର୍ତ୍ତିକ ବାଗ, କିଶୋର ବାଗ, ଭାନୁ ଚନ୍ଦ୍ର ସୁନାନୀ, କୈଳାସ ଚନ୍ଦ୍ର ଦାସ, ତନୟା ମେହେର, ଦିବାକର ଖମାରୀ, ରାହାସ ବିହାରୀ ମେହେର, ଭୁବନେଶ୍ୱର ମେହେର, ବୈବସୁତ ମେହେର, ମନଫୁଲ ମେହେର, ଲକ୍ଷ୍ମଣ ମେହେର, ସୁନାରାମ ମେହେର, ମାଠୁଲ ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଚତୁର୍ଭୁଜ ସେଠୀ ଧନ୍ଯବାଦ ଦେଇଥିଲେ ।
Leave A Reply