Odisha news

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗୀତ ଓ ବକ୍ତୃତା ପ୍ରତିଯୋଗିତା 

0
ନୂଆପଡ଼ା -୨୪/୧- (ସୁରେନ୍ଦ୍ର ତିୱାରୀ) ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସିନାପାଲି ପଞ୍ଚାୟତ ସମିତି ତରଫରୁ ଶୁକ୍ରବାର ସ୍ଥାନୀୟ ନୋଡ଼ାଲ ଉଚ୍ଚ ବିଦ୍ଯାଳୟ ଠାରେ ଗୀତ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଗୀତ ପ୍ରତିଯୋଗିତାର ପ୍ରାଥମିକ ସ୍ତରରେ ଲିପସା ହରପାଲ, ଅଙ୍କିତା ମେହେର, ଶ୍ରଦ୍ଧା ସୁମନ ହେର୍ଣ୍ଣା, ଉଚ୍ଚ ପ୍ରାଥମିକ ସ୍ତରରେ ଦିବ୍ଯା ମେହେର, ଚିନ୍ମୟୀ ମେହେର, ଦେବେଶ୍ୱର ମେହେର, ଉଚ୍ଚ ବିଦ୍ଯାଳୟ ସ୍ତରରେ ତନୁଶ୍ରୀ ଜଗତ, ପୂଜା ସା, ଲକ୍ଷ୍ମୀ ମାଝୀ ଓ ଉଚ୍ଚ ମାଧ୍ଯମିକ ସ୍ତରରେ ପୂଜାରାଣୀ ବୈଠାରୁ, ରୋଷଣୀ ବୈଠାରୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୄତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାର ପ୍ରାଥମିକ ସ୍ତରରେ ଅଭିପ୍ରିୟା ମାଦଲା, ସୂର୍ଯ୍ଯାଂଶୁ ମୁଣ୍ତ, ଆରବ ମେହେର, ଉଚ୍ଚ ପ୍ରାଥମିକରେ ଭେନୁପ୍ରାତ ସା, ରେଶମା ମେହେର, ସ୍ବାଗତିକା ଗୋପାଲ, ଉଚ୍ଚ ବିଦ୍ଯାଳୟ ସ୍ତରରେ ବିନାୟକ ପାଣିଗ୍ରାହୀ, ବବିତା ମାଝୀ, ଶିବାନୀ ନାଏକ ଓ ଉଚ୍ଚ ମାଧ୍ଯମିକ ସ୍ତରରେ ନନ୍ଦିନୀ ମାଝୀ, ଅଞ୍ଜଳି କଶ୍ଯପ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୄତୀୟ ସ୍ଥାନ ହାସଲ କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବରେ ସତ୍ଯରୂପା ଯୋଷୀ, ଲୋଚନ ମେହେର, ବୈଷ୍ଣବ ମେହେର, ଅତୁଳ କୁମାର ପାତ୍ର, ମିନାକ୍ଷୀ ପାଢ଼ୀ, ନିକୁଞ୍ଜ ବିହାରୀ ସା, ଚୂଡ଼ାମଣି ମେହେର ଯୋଗ ଦେଇ ଥିଲେ ।
Ad2
Leave A Reply