Odisha news

ନୂଆପଡ଼ା ଜିଲ୍ଲା କେନ୍ଦୁ ପତ୍ର ତୋଳାଳୀ ଓ ଶ୍ରମିକବର୍ଗଙ୍କ ପ୍ରମୁଖ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ                        

0
ନୂଆପଡା- ୨୪/୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ବର୍ଗ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଗତକାଲି  ବିଳମ୍ବିତ ରାତ୍ରୀରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ତାଙ୍କ ସରକାରୀ ବାସ ଭବନ ରେ ନୂଆପଡା ଜିଲ୍ଲାର ବିଶିଷ୍ଟ ଶ୍ରମିକ ଓ ଚାଷୀ ତଥା ବିଜେପି ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ଯଦୁମଣି ପାଣିଗ୍ରାହୀ ସାକ୍ଷାତ କରି ସମସ୍ୟା ସଂପର୍କ ରେ ଆଲୋଚନ କରିଥିଲେ। ଶ୍ରୀ ପାଣଗ୍ରାହୀ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ  କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ବର୍ଗ ର ବିଭିନ୍ନ ସମସ୍ୟା ସମାଧାନ ପାଇଁ  ଦାବୀ ପତ୍ର ପ୍ରଦାନ ସହିତ ଆଲୋଚନା କରିଥିଲେ। ଦାବି ପତ୍ର ରେ ତୋଳାଳୀ  ଙ୍କୁ ଶହେ ପ୍ରତିଶତ ବୋନସ, ଚାକିରୀ ସର୍ତ୍ତାବଳୀ ଲାଗୁ, ପତ୍ର କେରୀ ପିଛା ଦୁଇ ଟଙ୍କା କୁ ବୃଦ୍ଧି, ବନ୍ଧେଇ କୁଲି ଓ ମେଟ ଙ୍କ ମଜୁରୀ ବୃଦ୍ଧି, ସିଜିନାଲ ଷ୍ଟାଫ ଙ୍କ ଦରମା ବୃଦ୍ଧି, ଖାରିଆର୍ ଡ଼ିଭିଜନ କୁ ସଂପୂର୍ଣ୍ଣ ପ୍ରୋସେସ ଡ଼ିଭିଜନ କରିବା, ସୁନାବେଢା ଅଭୟାରଣ୍ୟ ରେ ଅଧିବାସୀ ଙ୍କୁ କୋର ଜୋନ ବାଦ ଦେଇ ବଫର୍ସ ଜୋନ ରେ ପତ୍ର ସଂଗ୍ରହ ସୁଯୋଗ ଦେବା ଇତ୍ୟାଦି ପନ୍ଦର ଗୋଟି ଦାବୀ ଉଲ୍ଲେଖ ରହିଛି । ଠିକ୍ ସେହିପରି ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ନୂଆପଡା କୁ ଦାଦନ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ, ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପେକେଜ୍, ଖରିଆର ରୋଡ ରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ନୂଆପଡା ସଦରମହକୁମା କୁ ସ୍ଥାନାନ୍ତରଣ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ରେ ରାଜ୍ୟ କେଡର ବ୍ୟବସ୍ଥା ହଟେଇ ଜିଲ୍ଲା କେଡର ଲାଗୁ କରିବା, ଜିଲ୍ଳାର ଭୂମି ହୀନ ଗରୀବ ଶ୍ରମିକ, ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ମାନଙ୍କୁ ଭୂମି ଓ ପ୍ରଧାମନ୍ତ୍ରୀ ବାସଗୃହ ଯୋଗାଇଦେବା, ସମସ୍ତ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ କାର୍ଡ ଯୋଗାଣ ଇତ୍ୟାଦି ଏଗାର ଟି ଦାବୀ ସମ୍ବଳିତ ଆଉ ଏକ ପତ୍ର ପ୍ରଦାନ କରି ସେ ସଂପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ଙ୍କ ବିଭିନ୍ନ ଦାବୀ ମଞ୍ଜୁର କରି ନୂଆପଡା ରେ ତୋଳାଳୀ ଙ୍କ ଏକ ବିଶାଳ ସମାବେଶ ରେ ଘୋଷଣା କରିବା ପାଇଁ ଶ୍ରୀ ପାଣିଗ୍ରାହୀ  ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରି ନିମନ୍ତ୍ରଣ ପ୍ରଦାନ କରିଛନ୍ତି। ବିଭିନ୍ନ ବର୍ଗ ର ଶ୍ରମିକ , କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କ ସମସ୍ୟା ଓ ଦାବୀ ଉପରେ ମୋ ସରକାର ସମାଧାନ ପାଇଁ ଗମ୍ଭୀର ଭାବରେ ଚିନ୍ତା କରୁଛି ଓ ସେ ଦିଗରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପ୍ରକାଶ କରିଥିଲେ। ଏ ଅବସର ରେ ଦାବୀ ପତ୍ର ପ୍ରଦାନ ଓ ଆଲୋଚନା ରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ଭାଗ ନେଇ ଥିଲେ।
Ad2
Leave A Reply