Odisha news

ପି ସି ଗ୍ରହୀତା ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଦାବୀ                                  

0

ନୂଆପଡ଼ା – ୨୪/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ର ତିନି ଜଣ କନିଷ୍ଠ ଯନ୍ତ୍ରୀ ଙ୍କୁ ପିସି କାରବାର ରେ ସମ୍ପୃକ୍ତ ଥିବା ଅଭିଯୋଗ ରେ ରାଜ୍ୟ ସରକାର ଙ୍କ ଦ୍ୱାରା ନିଲମ୍ବନ କରାଯାଇଥିବା ବେଳେ ପିସି ଗ୍ରହୀତା ଙ୍କ ବିରୁଦ୍ଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ କୁମାର ଗହୀର ଓ ରାଜ୍ୟ ସାଧାରଣ ସମ୍ପାଦକ ସାହାରୁକ ଖାନ ଙ୍କ ନେତୃତ୍ୱ ରେ ଯୁବ କଂଗ୍ରେସ ସଦସ୍ୟ ବୃନ୍ଦ ଜିଲ୍ଲାପାଳ ଙ୍କୁ ଭେଟି ପିସି ଗ୍ରହୀତା କୋମନା ବ୍ଲକ ଅଧ୍ୟକ୍ଷା ଙ୍କୁ ନିଲମ୍ବନ ସହ ତାଙ୍କ ସ୍ୱାମୀ ଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ସ୍ମାରକପତ୍ର ପ୍ରଦାନ କରି ଆଗାମୀ ପାଞ୍ଚ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଧାରଣା ଦିଆଯିବାକୁ ଚେତାବନୀ ଦେଇଥିବା ଜଣା ପଡିଛି। ସ୍ମାରକ ପତ୍ର ପ୍ରଦାନ ବେଳେ ଜିଲ୍ଳା ପରିଷଦ ସଭ୍ୟ ଭରତ ଲାଲ ରାଉତ,ପାସା ମହାନନ୍ଦ ଙ୍କ ସମେତ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave A Reply