ନୂଆପଡା-୧୪/୧ (ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଅନ୍ତର୍ଗତ ଗନିଆରୀ ଠାରେ ରୋୟାଲ କ୍ଳବ ଦ୍ୱାରା ଆଜି ୧୮ତମ ରୋୟାଲ କପ କ୍ରିକେଟ ଚାମ୍ପିୟନସିପ ମହାସମାରୋହ ରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ଲୋକନାଥ ରଥ, ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର, ମାନିଗୁଡା ସରପଞ୍ଚ ଯୋଗେନ୍ଦ୍ର ବାଗ, ଜାନ ସାଧାରଣ ସମ୍ପାଦକ ରତନ କେତକୀ, ସଂଯୋଜକ ଅଶ୍ବିନୀ ପାଣିଗ୍ରାହୀ, ପ୍ରଗତିବାଦୀ ଜିଲ୍ଲା ପ୍ରତିନିଧି ପୁରୋହିତ ସୁନାନୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ । ଆଜି ର ପ୍ରଥମ ମ୍ୟାଚ ତରବୋଡ଼ ଓ ଜଡ଼ାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଜଡ଼ାମୁଣ୍ଡା ପ୍ରଥମେ ବ୍ୟାଟିଙ୍ଗ ଆରମ୍ଭ କରି ନିର୍ଧାରିତ ୧୦ ଓଭରରେ ୬ ୱିକେଟ ବିନିମୟରେ ୬୬ ରନ ସଂଗ୍ରହ କରିଥିଲେ ଜବାବ ରେ ତରବୋଡ ଦଳ ୮ ଓଭର ୩ ବଳ ଖେଳି ୫ ୱିକେଟ ବିନିମୟ ରେ ରନ ୬୭ ସଂଗ୍ରହ କରି ବିଜୟ ହାସଲ କରିଥିଲେ। ସେହିଭଳି ଦିନର ଦ୍ଵିତୀୟ ମ୍ୟାଚ ନୂଆପଡା ଓ ମାନିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମେ ମାନିଗୁଡା ଦଳ ୮ ଓଭର ରେ ୫ ୱିକେଟ ହରାଇ ୫୮ ରନ ସଂଗ୍ରହ କରିଥିଲେ ଜବାବ ରେ ନୂଆପଡା ଦଳ ୭ ଓଭର ୪ ବଳ ରେ ୪ ୱିକେଟ ହରାଇ ରନ ୫୯ ସଂଗ୍ରହ କରି ବିଜୟୀ ହୋଇଥିଲେ । ଏ ଅବସର ରେ ରୋୟାଲ କ୍ଳବ ସଦସ୍ୟ ଥୟରାମ ହଂସ, ଟିକେଶ୍ୱର ହଂସ, ମୋହନ ହଂସ, ସହଦେଵ ଥପା, କୃଷ୍ଣ ବେମାଲ, ଧ୍ରୁବ ହଂସ, ଦଶମୁ ବେମାଲ, ଦୀପକ ବାଗ, ଯଶୋବନ୍ତ ହଂସ, ନିକୁ ବାଗ, ଆର୍ଯ୍ୟନ ବାଗ, କୈଳାଶ ଧରୁଆ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।