ତିହିଡି,୧୪/୦୧(ଯଦୁମଣି ପାଣିଗ୍ରାହୀ): ପବିତ୍ର ମକର ସଂକ୍ରାନ୍ତି ଅବସରରେ ଡ.ଲକ୍ଷ୍ମୀଧର ତ୍ରିପାଠୀଙ୍କ ଗଳ୍ପ ପୁସ୍ତକ ‘ଧୂସର ଆକାଶ’ ଓ ଚନ୍ଦ୍ରକାନ୍ତ ମହାନ୍ତିଙ୍କ ନାଟକ ପୁସ୍ତକ ‘ସୁବର୍ଣ୍ଣ ସମୁଦ୍ର’ ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ତିହିଡି ଟାଉନହଲ ପରିସରରେ ଆୟୋଜିତ ସଭାରେ ଶିକ୍ଷାବିତ ସୋମନାଥ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ବିପ୍ଳବ କୁମାର ପତି ଓ ମନୋଜ ପାଣିଗ୍ରାହୀ ମଞ୍ଚ ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥା ଶିଳ୍ପୀ ଓ ନାଟ୍ୟ ନିଦେ୍ର୍ଦଶକ ପଦ୍ମକାନ୍ତ ଧଳ, ମୁଖ୍ୟବକ୍ତା ଭାବେ ଅଲୋଚକ ଡ. ବିଶ୍ୱରଞ୍ଜନ ଦାସ, ସମ୍ମାନୀତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ରାଜେନ୍ଦ୍ର କୁମାର ଯୋଗଦେଇ ଉଭୟଙ୍କ ପୁସ୍ତକ ଉନ୍ମୋଚନ କରିବା ସହିତ ଏହା ଉପରେ ଆଲୋଚନା କରିଥିଲେ । ନୀଳମାଧବ ସେନାପତି ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ୱଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପଞ୍ଚାନନ ନାୟକ ଓ ତାଙ୍କ ସହଯୋଗୀ ମାନେ ‘ବନେ୍ଦ ଉକ୍ରଳ ଜନନୀ’ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ଦୀନବନ୍ଧୁ ପତି, ସମାଜସେବୀ ବସନ୍ତ ନାୟକ, ଭଗବାନ ଚନ୍ଦ୍ର ନାୟକ, ଅନୀତା ଦଳାଇ, ବିନ୍ଦୁ ମହାନ୍ତି, ଆହ୍ଲାଦିନୀ ମହାନ୍ତି, କିଶୋର ରାଉତ, ମକରଧର ମିଶ୍ର, ରାଜକିଶୋର ମିଶ୍ର, କଳ୍ପିତା ତ୍ରିପାଠୀ, ଭବେଶ ତ୍ରିପାଠୀ, ରାଜଶ୍ରୀ ଆଚାର୍ଯ୍ୟ, ରବିନ୍ଦ୍ର ତି୍ରପାଠୀ, ମୃତୁ୍ୟଞ୍ଜୟ ତି୍ରପାଠୀ, ପୁସ୍ତକ ପ୍ରକାଶକ ବିକାଶ ସେନାପତି, ମନୋଜ ସେନାପତି, ଅମୂଲ୍ୟ ସେନାପତି, ନିରଞ୍ଜନ ବାରିକ, ବିସ୍ମୟବିହାରୀ ସାହୁ, ଭଗବାନ ପାଣିଗ୍ରାହୀ, କୈଳାସ ବେହେରା, କଳ୍ପତରୁ ସେଠୀଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।