ନୂଆପଡ଼ା – ୨୧/୮ ନୂଆପଡ଼ା ଜିଲ୍ଲା ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ମହା ସଂଘ ପକ୍ଷ ରୁ ଭାରତ ବନ୍ଦ କୁ ସମର୍ଥନ ଜଣାଇ ନୂଆପଡ଼ା ଜିଲ୍ଲା ବ୍ୟାପୀ ବନ୍ଦ ପାଳିତ ହୋଇଛି। ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ଓ ତିନି ଗୋଟି ଏନ ଏ ସି ରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ନୂଆପଡ଼ା, ଖଡ଼ିଆଳ, କୋମନା, ସିନାପାଳି ଓ ବୋଡ଼େନ ବ୍ଲକରେ ବନ୍ଦ ପାଳିତ ହୋଇଯାଇଥିବା ବେଳେ ସାନମହେଶ୍ୱର ଠାରେ ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ ବର୍ଷା କୁ ଭ୍ରୁକ୍ଷେପ ନକରି ଜାତୀୟ ରାଜପଥ ଅବରୋଧ କରିଥିଲେ। ୩୫୩ ନମ୍ବର ଜାତୀୟ ରାଜପଥ କୁ ଏକାଧିକ ସ୍ଥାନ କୋମନା, ତରବୋଡ, ଉଦ୍ୟାନବନ୍ଧ, ରେ ଅବରୋଧ କରିଥିବା ବେଳେ, ବିଜୁ ଏକ୍ସପ୍ରେସ ୱେ କୁ ମଧ୍ୟ ରଜନା ଏବଂ ମିଛାପଳି ଠାରେ ଅବରୋଧ କରିଛନ୍ତି। ଆଜି ବନ୍ଦ ପାଳନ ସମ୍ପୂର୍ଣ ରୂପେ ସଫଳ ହୋଇଅଛି। ଏହି ବନ୍ଦ ପାଳନ ରେ ସରକାରୀ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ସ୍କୁଲ କଲେଜ, ବ୍ୟାଙ୍କ୍, ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅଖ ଚକ ବନ୍ଦ ରହିଅଛି। ସଂରକ୍ଷଣ ବ୍ୟବସ୍ଥା କୁ ନେଇ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଦେଇଥିବା ମନ୍ତବ୍ୟ କ୍ରୀମିଲେୟର କୁ ଉଚ୍ଛେଦ କରିବା ସହ ସଂରକ୍ଷଣ ଉପରେ ସଂରକ୍ଷଣ ବ୍ୟବସ୍ଥା କୁ ଗ୍ରହଣ କରାଯିବ ନାହିଁ ବୋଲି ଆନ୍ଦୋଳନ କାରି ନାରା ବାଜି କରିଥିଲେ। ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା କୌଣସି ପରିବର୍ତ୍ତନ କୁ ଗ୍ରହଣ କରାଯିବ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି। ନୂଆପଡାରେ ଖଡିଆଳ ଠାରେ ନିମାଇଁ ଚରଣ ତାଣ୍ଡି, ବାଳକୃଷ୍ଣ ଶବର, ଜ୍ୟୋତି ଲାଲ ବଜାର, ଖିରସିନ୍ଧୁ ସଗରିଆ ବହୁ ନାଗରିକ ଯୋଗ ଦେଇଥିଲେ ଓ ସିନାପାଲି ବ୍ଲକ୍ ରେ
ଖୁଟୁରାମ ସୁନାନୀ.. କୈଳାଶ ବାଗ,ଭରତ ବାଗ ଓ ପ୍ରସନ୍ନ ମାଝୀ ପ୍ରମୁଖ ସମେତ ଶତାଧିକ ଲୋକ ବନ୍ଦ ରେ ସାମିଲ ଥିଲେ।