୨/୪ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଛତିଶଗଡ଼ ରାଜ୍ୟ ସୀମାନ୍ତ ରେ ଅବସ୍ଥିତ ସିନାପାଲି ସହର ରେ ଅବାଧ ରେ ଗଞ୍ଜେଇ କାରବାର ଚାଲିଥିବା ବେଳେ ଅବକାରୀ ବିଭାଗ ସ୍ଥାଣୁ ପାଲଟି ଥିବା ସାଧାରଣ ରେ ଅଭିଯୋଗ ହେଉଛି। ନୂଆପଡ଼ା ଜିଲ୍ଲା ର ସିନାପାଲି ସହର ବ୍ୟବସାୟର ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳ ର ଲୋକମାନେ ଏଠାକୁ ଆସିଥାନ୍ତି। ଛୋଟ ସହର ହେଲେ ମଧ୍ୟ ବିଭିନ୍ନ ଦୋକାନ ବଜାର ଗଢି ଉଠିଛି। ଏପରିକି ଛତିଶଗଡ଼ ଅଞ୍ଚଳ ର ଜନସାଧାରଣ ମଧ୍ୟ ନିଜ ଦୈନଦିନ ଲେନଦେନ୍ ବ୍ୟବସାୟ ଏହି ସହର ଉପରେ ନିର୍ଭର କରନ୍ତି। ସିନାପାଲି ସହର ର ଗଲି କନ୍ଦି ରେ ଉଠା ପାନ ଦୋକାନ ଗଢି ଉଠିଛି। ଏହି ଦୋକାନ ଗୁଡିକରେ ଅବାଧ ରେ ଗଞ୍ଜେଇ ଭର୍ତ୍ତି ସିଗାରେଟ ବିକ୍ରି ଚାଳିଛି। ଏହି ସିଗାରେଟ ର ଦାମ ୧୦ ଟଙ୍କା ରୁ ୧୫ ଟଙ୍କା ମଧ୍ୟରେ ବିକ୍ରୀ ହେଉଛି। ଏହି ସିଗାରେଟ କୁ ଦିନ ଦ୍ଵି ପହର ରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଟାଣୁ ଥିବା ବେଳେ ଏହାର କୁପ୍ରଭାବ ଅନ୍ୟ ଲୋକଙ୍କ ଉପରେ ପଡୁଛି। ଏହି ଗଞ୍ଜେଇ ସିଗାରେଟ କୁ ବୟସ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ଯୁବପିଢି ମଧ୍ୟ ଗଞ୍ଜେଇ ସିଗାରେଟ ଟାଣି ପଥଭ୍ରଷ୍ଟ ହେଉଥିବା ପରିଲକ୍ଷିତ ହେଉଛି। ଗଞ୍ଜେଇ ପାନ କରି ନିଶାସକ୍ତ ଅବସ୍ଥା ରେ ହିତାହିତ ଜ୍ଞାନ ହରାଇ ଘୁରି ବୁଲୁଥିବା ବେଳେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ସାଙ୍ଗକୁ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ହେବା ଫଳ ରେ ଅଞ୍ଚଳ ରେ ଅସାମାଜିକ କାର୍ଯ୍ୟକଲାପ ବୃଦ୍ଧି ପାଉଥିବା କୁହାଯାଉଛି। ସିନାପାଲି ସହର ର ରାବଣ ଛକ, ନାକା ଛକ, କାପସି ଛକ, ବ୍ଲକ ଛକ, ବସଷ୍ଟାଣ୍ଡ,, ଯୁଗେନପଦର ଛକ. ସମେତ ଅନେକ ଜନଗହଳି ସ୍ଥାନରେ ଥିବା ପାନ ଦୋକାନ ଗୁଡିକରେ ଏହି ଗଞ୍ଜେଇ ସିଗାରେଟ ଅବାଧ ରେ ବିକ୍ରୀ ଚାଲିଥିବା ବେଳେ ଅବକାରୀ ବିଭାଗ ସବୁ ଜାଣି ଶୁଣି ଚୁପ୍ ରହି ବସିଥିବା ସାଧାରଣ ରେ ଅଭିଯୋଗ ହେଉଛି। ସିନାପାଲି ଅଞ୍ଚଳ କୁ ସୀମାନ୍ତ ଛତିଶଗଡ଼ ଲାଗି ରହିଥିବା ବେଳେ ଅଳ୍ପ ଦୂରରେ ନବରଙ୍ଗପୁର ଜିଲ୍ଲା । ଏହି ଅଞ୍ଚଳ ରୁ ଛତିଶଗଡ଼ ଦେଇ ସିନାପାଲି ସହର କୁ ଚୋରା ଗଞ୍ଜେଇ ଆସୁଥିବା କୁହାଯାଉଛି। ନବରଙ୍ଗପୁର ଅଞ୍ଚଳ ର ଅସାଧୁ ବେପାରୀ ମାନେ ଛତିଶଗଡ଼ ସିମା ନିକଟରେ ରହି ଏହି ଅସାଧୁ କାରବାର କରୁଥିବା ବେଳେ ସେଠାରୁ ସିନାପାଲି ଅଞ୍ଚଳ ର ଚୋରା ବେପାରୀ ମାନେ ଆଣି ବିକ୍ରୀ କରୁଛନ୍ତି। ସହର ର ଗଲି କନ୍ଦି ରେ ଥିବା ପାନ ଦୋକାନୀ ମାନେ ଏମାନଙ୍କ ଠାରୁ ନେଇ ଖାଲି ସିଗାରେଟ କାଗଜ ରେ ଭର୍ତ୍ତି କରି ମାଲେ ମାଲ ହେଉଥିବା ବେଳେ ଏହାକୁ ଟାଣି ଯୁବପିଢ଼ି ନାନା ରୋଗର ଶୀକାର ହୋଇ ଅକାଳ ରେ ଝରିପଡ଼ୁଛନ୍ତି। ଏଥିପ୍ରତି ଅବକାରୀ ବିଭାଗ ର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବେଆଇନ ଗଞ୍ଜେଇ କାରବାର କୁ ବନ୍ଦ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ଏ ସଂପର୍କ ରେ ସିନାପାଲି ଅବକାରୀ ଥାନା ଅଧିକାରୀ ସ୍ୱଚ୍ଛଲା ପାଢ଼ୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ। ଏହା ଜିଲ୍ଲା ର ଏକ ଉଦାହରଣ ମାତ୍ର ଏଭଳି ସମଗ୍ର ଜିଲ୍ଲା ରେ ଗଞ୍ଜେଇ ଚୋରା କାରବାର ବୃଦ୍ଧି ପାଉଛି।