Odisha news

ଏକ୍ସକେଡ଼ର ଶିକ୍ଷକ ସଂଘ ନୂତନ କର୍ମକର୍ତ୍ତା ଚୟନ

0
ନୂଆପଡ଼ା -୨୩/୦୩- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଏକ୍ସକେଡ଼ର ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ନୂତନ କମିଟିର ସଭାପତି ଭାବରେ ଅରୁଣ କୁମାର ଯୋଷୀ, କାର୍ଯ୍ଯକାରୀ ସଭାପତି ବେଣୁଧର ନାଏକ, ଉପସଭାପତି ଭୁତେଶ୍ୱର ନାଏକ, ଧର୍ମୁ ନାଏକ, ସାଧାରଣ ସମ୍ପାଦକ  ତରୁଣ କୁମାର ମେହେର, ସମ୍ପାଦକ ଅଚ୍ଯୁତାନନ୍ଦ ମେହେର, ସହ ସଂପାଦକ ଖଗେଶ୍ୱର ମେହେର, ଦଶରଥ ଦଣ୍ତସେନା, କୋଷାଧ୍ଯକ୍ଷ ଲୋକନାଥ ମେହେର ଓ ମିଡ଼ିଆ ସଂଯୋଜକ ଭାବରେ ଅଲୋକ ରଞ୍ଜନ ପାଣିଗ୍ରାହୀଙ୍କୁ ମନୋନିତ କରାଯାଇଛି । କମିଟିର କାର୍ଯ୍ଯକାରୀ ସଭ୍ଯ ଭାବରେ ସାମନ୍ତ କୁମାର ଦାସ, ଶିବ ପ୍ରସାଦ ମାଝୀ, ସରୋଜ କୁମାର ପାଢ଼ୀ, ଶଶୀମୁଖୀ ପ୍ରଧାନ ରହିଛନ୍ତି । ଆଜିର ସଭାରେ ଏକ୍ସକେଡ଼ର ଶିକ୍ଷକଙ୍କ ବିଭିନ୍ନ ସମସ୍ଯା ଓ ଏହାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା । ଅନ୍ଯମାନଙ୍କ ମଧ୍ଯରେ ମହେଶ୍ୱର ମେହେର, ହେମନ୍ତ ମଣି କଟା, ସନ୍ତୋଷ କୁମାର ସାହୁ, ପୁଷ୍ପାଞ୍ଜଳି କାଛି, ଗୀତାଞ୍ଜଳି ଖମାରୀ, ରମେଶ ଚଂଦ୍ର ଖର୍ସେଲ, ପ୍ରଦୀପ ଯୋଷୀ, ହୀରାଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Leave A Reply