ନୂଆପଡ଼ା- ୧୨/୩ ସକାଳ ଖବର (ସୁରେନ୍ଦ୍ର ତିୱାରି) ନୂଆପଡ଼ାରେ ସ୍ଥାନୀୟ ଅଭ୍ୟୁଦୟ ବିଦ୍ୟା ନିକେତନ ର ଷଷ୍ଠ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅଭ୍ୟୁଦୟ ବିଦ୍ୟା ନିକେତନର ସେକ୍ରେଟାରୀ ପ୍ରଣବ କୁମାର ଶତପଥୀ,ମୁଖ୍ୟ ବକ୍ତା ରୂପେ ଗୁରୁକୁଳ ହରିପୁରର ଦିଲ୍ଲୀପ କୁମାର ଜିଜ୍ଞାଷୁ ଆଚାର୍ଯ୍ୟଜୀ,ସମ୍ମାନିତ ଅତିଥି ରୂପେ ଖରିଆର ରୋଡ ନୋଡାଲ ସ୍କୁଲ୍ ର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ତଥା ଅନୁଷ୍ଠାନର ଟ୍ରଷ୍ଟି ସୁଶାନ୍ତ କୁମାର ଯୋଶୀ,ଜିଲ୍ଲା ଜଳ ପରିମଳ ପରୀକ୍ଷାଗାରର କ୍ୱାଲିଟି ମେନେଜର ବିଜୟଲକ୍ଷ୍ମୀ ଶତପଥୀ, ଅଭ୍ୟୁଦୟ ଡାଇରେକ୍ଟର ଶୈଳେନ୍ଦ୍ର କୁମାର ଶତପଥୀ, ପ୍ରିନ୍ସିପାଲ୍ ନିତୁଶ୍ରୀ ବାଗ ଯାଦବ ପ୍ରଦୀପ ପ୍ରଜ୍ଵଳନ କରି ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ ।ପିଲାଙ୍କ ଦ୍ଵାରା ବେଦମନ୍ତ୍ର ପାଠ ଓ ସ୍ବାଗତ ସଙ୍ଗୀତ ପରିବେଷଣ ପରେ ପ୍ରିନ୍ସିପାଲ୍ ସ୍ବାଗତ ଅଭିଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷା ଓ ସନାତନ ଶିକ୍ଷା ମାଧ୍ୟମରେ ପିଲାଙ୍କ ହୃଦୟରେ ମାନବୀୟ ମୂଲ୍ୟବୋଧର ବୀଜ ବୁଣି ଚାଲିଥିବା ଏହି ଅନୁଷ୍ଠାନ, ଅଞ୍ଚଳରେ ବ୍ୟକ୍ତି ନିର୍ମାଣର କାରଖାନା ରୂପେ ପରିଚିତି ହାସଲ କରି ପାରିଛି । ପିତାମାତା ଓ ଶିକ୍ଷକଙ୍କ ଦାୟିତ୍ଵବୋଧ ତଥା ଶିଶୁର ସର୍ବାଙ୍ଗୀନ ବିକାଶ ଦିଗରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରି ଅଗ୍ରସର ହେଉଥିବା ଅଭ୍ୟୁଦୟ ବିଦ୍ୟା ନିକେତନକୁ ଅତିଥିଗଣ ନିଜ ବକ୍ତବ୍ୟରେ ଭୂୟସୀ ପ୍ରଶଂସା କରି ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଜ୍ୟୋତ୍ସ୍ନାମୟୀ ଶତପଥୀ ଉପଢୌକନ ପ୍ରଦାନ କରି ସମସ୍ତ ଅତିଥିଙ୍କୁ ସମ୍ମାନିତ କରିଥିଲେ । ଅନୂଜା ମହାଉତି ତଥା ଉପସ୍ଥିତ ଅତିଥିଗଣ ଛାତ୍ର,ଛାତ୍ରୀ ଓ ଶିକ୍ଷୟତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।ପିଲାଙ୍କ ଦ୍ଵାରା ପରିବେଷିତ ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଚିତ୍ତାକର୍ଷକ ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ପ୍ରଦାନ କରିଥିବା ବେଳେ ଶତାଧିକ ଅଭିଭାବକ,ମିଡ଼ିଆ ବନ୍ଧୁ,ଏମ. ଏସ୍ .ଏସ. ମ୍ୟୁଜିକ ଅନୁଷ୍ଠାନର ଛାତ୍ର,ଛାତ୍ରୀ ଓ ଶୁଭେଚ୍ଛୁ ଉପସ୍ଥିତ ରହି ଅଭ୍ୟୁଦୟ ଛାତ୍ର,ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଉତ୍ସବକୁ ସଫଳତାର ରୂପ ପ୍ରଦାନ କରିଥିଲେ । ନୀତୁଶ୍ରୀ ବାଗ ଯାଦବ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।