Odisha news

ଶିକ୍ଷୟିତ୍ରୀଙ୍କ  ବିୟୋଗ ରେ ଶିକ୍ଷକ ସଂଘର ଶ୍ରଦ୍ଧାଞ୍ଜଳି ଜ୍ଞାପନ

0
ନୂଆପଡ଼ା – ୯/୩- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି କେନ୍ଦ୍ର ପ୍ରାଥମିକ ବିଦ୍ଯାଳୟରେ କାର୍ଯ୍ଯରତ ଶିକ୍ଷୟିତ୍ରୀ ପ୍ରେମଶିଳା ମାଝୀଙ୍କ ଅକାଳ ବିୟୋଗରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ ପାଇଛି । ଆଜି ସ୍ୱର୍ଗତ ଶିକ୍ଷୟତ୍ରୀ ମାଝୀଙ୍କ  ଗ୍ରାମରେ ଦଶାହ ଉପଲକ୍ଷେ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସ୍ୱାନ୍ତନା ଓ ସମବେଦନା ଦେବା ସହ କିଛି ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି । ଏଥିସହ ସଂଘ ତରଫରୁ ନୀରବ ପ୍ରାର୍ଥନା ମାଧ୍ଯମରେ ସ୍ୱର୍ଗତା ଆତ୍ମାର ସଦଗତି କାମନା କରାଯାଇଛି । ଏ ଅବସରରେ ସଂଘର ସଭାପତି ପ୍ରସନ୍ନ ମାଝୀ, ସଂପାଦକ ବାଲାଜୀ ହରିଜନ, ବରିଷ୍ଠ ଶିକ୍ଷକ ହୄଦାନନ୍ଦ ମାଝୀ, କୁମୁଦବନ୍ଧୁ ଯୋଷୀ, ଜୟାନନ୍ଦ ମେହେର, ବୈଷ୍ଣବ ମେହେର, ପ୍ରକାଶ ମେହେର, ହୄଦାନନ୍ଦ ମେହେର, ମହେନ୍ଦ୍ର ବାଗ, ଲୋଚନ ମେହେର, ରାଧେଶ୍ଯାମ ସୁନାନୀ, ଝରଣା ସାଗର ଦୁରିଆ, ବେଳମତି ଧରୁଆ, ସନ୍ତୋଷିନୀ ମେହେର, ସଞ୍ଜୁ ମାଝୀ, ଉମା ତୁମୁନିଆ, ଗୌତମ ମେହେର, ଉଜ୍ଜଳ ସିଂହ ଶୋରୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
Govt
Leave A Reply