ନୂଆପଡ଼ା – ୯/୩- ସକାଳ ଖବର (ସୁରେନ୍ଦ୍ର ତିୱାରୀ ) ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି ପରୀକ୍ଷା (ଏନ.ଏମ.ଏମ.ଏସ୍.) ରେ ସିନାପାଲି ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଦୁଇ ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମା ବଗର୍ତ୍ତୀ ଓ ରାକ୍ଷୀ ପୁଝାରୀ ସଫଳତାର ସହ ଉତ୍ତିର୍ଣ୍ଣ ହୋଇ ଉକ୍ତ ବୃତ୍ତି ପାଇବାକୁ ଯୋଗ୍ଯ ବିବେଚିତ ହୋଇଛନ୍ତି । ଖବର ପ୍ରକାଶ ପାଇଲା ପରେ ବିଦ୍ଯାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ଅଭିଭାବକ ମହଳରେ ଆନନ୍ଦ ପ୍ରକାଶ ପାଇଛି । ଏ ଅବସରରେ ଶନିବାର ପ୍ରଧାନଶିକ୍ଷକ ସାରଙ୍ଗପାଣି ଦଣ୍ତସେନାଙ୍କ ସଭାପତିତ୍ୱରେ ଏକ ସଭା କରାଯାଇ ଉଭୟ ମେଧାବୀ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ସଭାକାର୍ଯ୍ଯକୁ ଶିକ୍ଷକ ବୈଷ୍ଣବ ମେହେର ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ମମିତା ପାଟ୍ଟଯୋଷୀ, ଶିବ ପ୍ରସାଦ ମେହେର, କିଶୋର ଚନ୍ଦ୍ର ମେହେର ଉପସ୍ଥିତ ରହି ତାଙ୍କ ଉଦବୋଧନ ରେ ପରିଶ୍ରମର ଫଳ ସର୍ବଦା ମିଠା ହୋଇଥାଏ ବୋଲି ପ୍ରକାଶ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଉଜ୍ଜଲ୍ ଭବିଷ୍ୟ କାମନା କରିଥିଲେ ।
