Odisha news

ପାଞ୍ଚ ଦିନ ବ୍ୟାପି ଖଡିଆଳ ମହୋତ୍ସବ- ୨୯ ଜାନୁଆରୀ ରୁ ଆରମ୍ଭ

0
ନୂଆପଡା- ୨୭/୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଠାରେ ଖଡ଼ିଆଳ ମହୋତ୍ସବ- ୨୦୨୪ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ଆୟୋଜକ କମିଟି ପକ୍ଷ ରୁ  ସୁଚନା ଦିଆଯାଇଥିଲା। ପ୍ରସାର ପ୍ରଚାର କମିଟି ର ଆବାହକ ବିମଳ ସିଂ ଦଳପତି ପ୍ରାରମ୍ଭିକ ସୂଚନା ଦେବା ପରେ ଆୟୋଜକ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ଉପଦେଷ୍ଟା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସତୀଶ ପଟ୍ଟନାୟକ, ସମ୍ପାଦକ ସୁନୀଲ କୁମାର ସାହୁ, ଉପ ସଭାପତି ସୁଶାନ୍ତ ତାଣ୍ଡି, ଅର୍ଥ ବିଭାଗ ର ଆବାହକ ଅମରେଶ ପଟ୍ଟନାୟକ, ସଂଯୋଜକ ଗିରିଧାରୀ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ କୁ ସଫଳତା ର ସହ ସମ୍ପାଦନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହ ମହୋତ୍ସବ ପାଳନ ର ରୂପରେଖ ନେଇ ବ୍ୟାପକ ସୂଚନା ଦେଇଥିଲେ l ନୂଆପଡା ଜିଲ୍ଲା ର ଲୁକ୍କାୟିତ ଲୋକକଳା, ଲୋକ ସାହିତ୍ୟ, ଲୋକ ସଂସ୍କୃତି ର ପୁନଃରୁଦ୍ଧାର ପାଇଁ ଗତ ୨୦୦୫ ମସିହା ରୁ ଆୟୋଜିତ ହୋଇ ଆସୁଛି ଖଡ଼ିଆଳ ମହୋତ୍ସବ l ଚଳିତ ବର୍ଷ ଏହା ୧୮ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଚଳିତ ଜାନୁଆରୀ ମାସ ୨୯ ତାରିଖ ରୁ ଫେବୃଆରୀ ୨ ତାରିଖ ଯାଏଁ ୫ ଦିନ ବ୍ୟାପୀ ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଖଡ଼ିଆଳ ମହୋତ୍ସବ- ୨୦୨୪  ନେଇ ପ୍ରାୟତଃ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଁଚିଛି l ପ୍ରତିବର୍ଷ ବିଭିନ୍ନ  ଏତିହ୍ୟ କୁ ନେଇ ଆକର୍ଷଣୀୟ ରଙ୍ଗମଞ୍ଚ ତିଆରି ହୋଇ ଆସୁଥିବା ବେଳେ ରଙ୍ଗମଞ୍ଚ କୁ ଚଳିତ ବର୍ଶ ମହୀଶୂର ପେଲେସ ର ରୂପ ଦିଆଯିବ ଏଥିପାଇଁ କାରିଗର ମାନେ ଲାଗିପଡ଼ିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରାଜ୍ୟ ତଥା ରାଜ୍ୟ ବାହାର ର ସାଂସ୍କୃତିକ ଦଳ ଯୋଗ ଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ ସ୍ଥିର ହୋଇ ଥିବା ବେଳେ ତୃତୀୟ ସନ୍ଧ୍ୟା ରେ ପଶ୍ଚିମ ଓଡିଶା ନାମିଦାମୀ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ ଙ୍କ ସମ୍ବଲପୁରୀ ଆର୍କେଷ୍ଟ୍ରା ହେବା ସହ ଉଦଯାପନୀ ଉତ୍ସବ ରେ ବଲିଉଡ ଜଗତ ର ପ୍ରସିଦ୍ଧ ଚଳଚିତ୍ର ଗାୟକ ସୁରେଶ ୱାଡେକର ଏବଂ ଗାୟିକା କବିତା କ୍ରୀଷ୍ଣାମୂର୍ତ୍ତି ଙ୍କ ଷ୍ଟାର ନାଇଟ କାର୍ଯ୍ୟକ୍ରମ ହେବବୋଲି ସୂଚନା ଦିଆଯାଇଛି l ଏଥି ସହ ମହୋତ୍ସବ କୁ ଆହୁରି ଆକର୍ଷଣୀୟ କରିବା ପାଇଁ ମିନା ବଜାର ଏବଂ ୧୬୦ ଗୋଟି ପ୍ରଦର୍ଶନୀ ଷ୍ଟଲ କରାଯାଇଥିବା ବେଳେ ପୁରୁଷ ଏବଂ ମହିଳା ବର୍ଗ ର ମାରାଥନ ଦୌଡ଼, କାଣବିନ୍ଦା, ନଟୁ, ପାରମ୍ପରିକ ବେଶ ପୋଷଜ ରେମ୍ପ ସୋ, ପାରମ୍ପରିକ ଖାଦ୍ୟ ମେଳା, ରଙ୍ଗୋଲି ଏବଂ ଝୋଟି ପ୍ରତିଯୋଗିତା, ବର୍ଜ୍ୟବସ୍ତୁ ପ୍ରସ୍ତୁତ ହସ୍ତଶିଳ୍ପ, ପ୍ରତିଯୋଗିତା ର ଆୟୋଜନ କରାଯିବ ଏବଂ ଏକ ଆଲୋଚନା ଚକ୍ର ଏବଂ କବିତା ଆସର ସହ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯିବ ବୋଲି ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପରିସର ରେ ଆୟୋଜକ କମିଟି ପକ୍ଷରୁ ସାମ୍ବାଦିକ ସମ୍ମେଳନ ରେ ସୂଚନା ଦିଆଯାଇଛି l
Leave A Reply