Odisha news

ଡକ୍ଟର.ବି.ଆର ଆମ୍ବେଦକର ଫାଉଣ୍ଡେସନ ଦ୍ୱାରା ବୀଣାପାଣି ତାଣ୍ଡି ସମ୍ବର୍ଦ୍ଧିତ

0
ନୂଆପଡା – ୨/୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକର କୋଟେମୁଣ୍ଡା ଗ୍ରାମର ସର୍ଗୀୟ ତୁଳସୀ  ତାଣ୍ଡିଙ୍କ ସୁପୁତ୍ରୀ ବୀଣାପାଣି ତାଣ୍ଡି ଓଡିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଦ୍ୱାରା ପରିଚାଳିତ (ଓଜେଏସ) ପରୀକ୍ଷା ୨୦୨୨ରେ ଉତୀର୍ଣ୍ଣ ହେଇଥିବାରୁ ଡକ୍ଟର.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଓ ଅନ୍ତର୍ଜାତୀୟ ଖ୍ୟାତନାମା କବି ଡ଼.ଭବାନୀ ଶଙ୍କର ନିଆଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟ ଯେ,ଡକ୍ଟର.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ସମେତ ଅନ୍ୟାନ୍ୟ ସଦସ୍ୟ ପ୍ରଦୀପ ତାଣ୍ଡି, ଥବିର ତାଣ୍ଡି, ବିକ୍ରମ ତାଣ୍ଡି ତାଙ୍କ ଗାଁକୁ ଯାଇ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯେହେତୁ ଏହା ଗୋଟିଏ ପଶ୍ଚିମ ଓଡିଶାର ଦଳିତ ସମାଜ ମାନଙ୍କର ପ୍ରଥମ ଜୁଡ଼ିସିଆଳି ସର୍ଭିସ ସେଥିପାଇଁ ନୂଆପଡା କଳାହାଣ୍ଡିବାସୀ ତରଫରୁ ତାଙ୍କୁ ଅଭିନନ୍ଦନ ଦେବା ସହିତ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ଓଡିଶା ନ୍ୟାୟିକ ସେବା ୨୦୨୨ ଅନ୍ତର୍ଗତ ପରୀକ୍ଷାରେ ବୀଣାପାଣି ତାଣ୍ଡି ଉତୀର୍ଣ୍ଣ ହେବା ନିଶ୍ଚିତ ଭାବେ ଜିଲ୍ଲାବାସୀ ଅଞ୍ଚଳବାସୀଙ୍କ ପାଇଁ ଗୋଟେ ସମ୍ମାନ ଆଣିଛନ୍ତି ଏହା ଗୋଟିଏ ଗର୍ବ ଓ ଗୌରବର ବିଷୟ । ଏହାଦ୍ୱାରା ସମାଜରେ ତୃଣମୂଳ ସ୍ତରରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ଭିତରେ ପ୍ରେରଣାର ଉର୍ତ୍ସ ହେବା ସଙ୍ଗେ ସଙ୍ଗେ ଏଜରିଆରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଶିକ୍ଷା ମନସ୍କ ଏବଂ ଓଡ଼ିଶା ନ୍ୟାୟିକ ସେବା ପ୍ରତି ଆକର୍ଷିତ ହୋଇପାରିବେ । ଏହି ଅବସରରେ ପରିବାରର ଭୋଳାନାଥ ତାଣ୍ଡି, ଝରଣା ତାଣ୍ଡି, ତ୍ରିଲୋଚନ ତାଣ୍ଡି ଶିବ ପ୍ରସାଦ ତାଣ୍ଡି ଉପସ୍ଥିତ ଥିଲେ ।
Govt
Leave A Reply