ନୂଆପଡା-୭/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) : ନୂଆପଡା ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟରେ କବୀ ଡ.ଗୀତାଶ୍ରୀ ପ୍ରିୟମ୍ବଦାଙ୍କ କବିତା ସଂକଳନ “ତଥାପି ତୁଳସୀ” ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କ ଦ୍ବାରା ଉନ୍ମୋଚିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ର ଉତ୍ସବରେ କବୀ ଡ.ଗୀତାଶ୍ରୀ ପ୍ରିୟମ୍ବଦାଙ୍କ କବିତା ସଂକଳନ “ତଥାପି ତୁଳସୀ” ଉନ୍ମୋଚନ କରା ଯାଇ ଥିଲା । ଉନ୍ମୋଚନ ସମୟରେ ଅଧ୍ୟାପକ ଡ.ପଦ୍ମଲୋଚନ ବର୍ମା, ଅଧ୍ୟାପିକା ମୀନା ସା, ସାମ୍ବାଦିକ ତଥା ଗାଳ୍ପିକ ମାୟାଧର ସରାଫ ଉପସ୍ଥିତ ଥିଲେ । “ତଥାପି ତୁଳସୀ” କବୀ ପ୍ରିୟମ୍ବଦାଙ୍କ ୭ମ କବିତା ସଂକଳନ । ତଥାପି ତୁଳସୀ କବିତା ସଂକଳନରେ ନୂଆପଡା ଜିଲ୍ଲାର ସାହିତ୍ୟ,ସଂସ୍କୁତି,ପ୍ରଥା , ପରଂପରା ତଥା ପର୍ଯ୍ୟଟନ ସ୍ଥଳୀ ବିଷୟ କବିତାରେ ସ୍ଥାନୀତ ହୋଇ ଥିବାରୁ ପାଠକଙ୍କ ହୢଦୟକୁ ସ୍ପର୍ଶ କରି ବୋଲି ଆଶା ଓ ବିଶ୍ବାସ ଡ.ପ୍ରିୟମ୍ବଦା ରଖିଛନ୍ତି ।
Comments are closed.