ନୂଆପଡା-୭/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀବ ) ଖଡ଼ିଆଳ ସହର ଦେଇ ଅତିକ୍ରମ କରିଥିବା ଜାତୀୟ ରାଜପଥ ନମ୍ବର ୩୫୩ ସହର ମଧ୍ୟରେ ତିନି କିଲୋମିଟର ଅତିକ୍ରମ କରିଅଛି। ଏହି ରାଜପଥ ଉଭୟ ପାର୍ଶ୍ଵରେ ଜବର ଦଖଲକାରିମାନେ ରାଜପଥ କୁ ମାଡ଼ି ନିଜଦଖଲ ରେ ରଖିଛନ୍ତି। ଉପରୋକ୍ତ ମର୍ମ ରେ ଆସିଥିବା ଅଭିଯୋଗ କୁ ଭିତ୍ତି କରି ମାନ୍ୟବର ହାଇକୋର୍ଟ ରେ ଏକ ରିଟ ପିଟିସନ ଦାୟର ହୋଇଅଛି। ଲୋକଦୃଷ୍ଟି ସଂସ୍ଥା ପକ୍ଷରୁ ଅବନୀ ମୋହନ ପାଣିଗ୍ରାହୀ ଆବେଦନ କରିଥିବା ବେଳେ ଓକିଲ ଭାବରେ ଏ.ମିଶ୍ର ମାମଲା ଦାୟର କରିଛନ୍ତି।
ସରକାରୀ ଓକିଲ ଭାବରେ ଏ.କେ. ନନ୍ଦା ରହିଛନ୍ତି। ୧୧ ମେ ୨୦୨୧ ରୁ ଜବର ଦଖଲ ଉଚ୍ଛେଦ ନେଇ ଜଣାଇ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। କଟକ କ୍ଳାପ ସଂସ୍ଥା ପକ୍ଷରୁ ହାଇକୋର୍ଟ ଓକିଲ ଅଭିଳାଷ ମିଶ୍ର ଏବଂ ଚନ୍ଦ୍ରଦେଵ ପୁରୋହିତ ଏକ ପି.ଆଇ.ଏଲ ଦାୟର କରିଛନ୍ତି। ଗତ ୩୦ ତାଟିଖ ଦିନ ଜବର ଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି। ଏହି ଜବର ଦଖଲ ଖଡ଼ିଆଳ ରାଜା ଏ.ଟି. ହାଇସ୍କୁଲ ଠାରୁ ଖଡ଼ିଆଳ ମିଶିନ ପର୍ଯ୍ୟନ୍ତ ଜବରଦଖଲ ରହିଅଛି।
Comments are closed.