Odisha news

ଓବିସି ବର୍ଗଙ୍କ ହକ ଓ ଅଧିକାର ନେ଼ଇ ସଚେତନତା ରଥ। 

0
ନୂଆପଡା – ୧୧/୧୨ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ରାଜ୍ୟ ଓବିସି ମଞ୍ଚ ତରଫରୁ ଓବିସି ବର୍ଗଙ୍କ ହକ ଓ ଅଧିକାର ନେଇ ଏକ ସଚେତନ ରଥ ଗତ ୨୬ତାରିଖରୁ ରାଜ୍ୟର ଦଶଟି ଜିଲ୍ଲା ପରିଭ୍ରମଣ ପାଇଁ ବାହାରିଥିବା ବେଳେ ଆସନ୍ତା କାଲି ନୂଆପଡ଼ା ଜିଲ୍ଲା ସିନାପାଲି ଓ  ବୋଡ଼େନ ବ୍ଲକ ଏବଂ ୧୩ ତାରିଖ ଦିନ ଖଡ଼ିଆଳରେ ପହଞ୍ଚିବ । ଏହି ରଥକୁ ବିଭିନ୍ନ ସ୍ଥାନରେ ସ୍ବାଗତ କରାଯିବବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏନେଇ ଆଜି ଖଡ଼ିଆଳ ବିଧାନସଭା ମଣ୍ଡଳୀ ସ୍ତରୀୟ ଓବିସି ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଆବାହକ ଜଗବନ୍ଧୁ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି, ଖଡ଼ିଆଳ ଏନ୍.ଏ.ସି. ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ,ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, କପିଳେନ୍ଦ୍ର ଭୋଇ, ନିମାଇଁ ଚରଣ ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାର ଓବିସି ବର୍ଗଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ ଆଣିଥିଲେ। ଏହି ବର୍ଗ ଦେଶର ୫୨ % ଶତକଡା ଥିବା ବେଳେ ସେହି ଅନୁପାତରେ ଅଧିକାର ମିଳୁନାହିଁ, ଏଣୁ ସମାନୁପାତିକ ସଂରକ୍ଷଣ ବ୍ୟବସ୍ଥା କରିବା, ଓବିସି ପ୍ରମାଣପତ୍ରକୁ ସ୍ଥାୟୀ କରିବା, ଜାତି ଭିତ୍ତିକ ଗଣନା କରିବା, ଏହି ବର୍ଗଙ୍କୁ କୃଷି ଋଣ, ମାଗଣା ବିଜୁଳି, ତଥା ଜଳସେଚନ ସୁବିଧା ଯୋଗାଇ ଦେବା, ଓବିସି ବର୍ଗର ସାମାଜିକ, ଅର୍ଥନୈତିକ ଓ ଶିକ୍ଷାର ବିକାଶ ପାଇଁ ସ୍ୱତନ୍ତ୍ର ନିଗମ ଗଠନ କରିବା ଆଦି ଦାବି କରାଯାଇଥିଲା। ଏହି ସବୁ ଦାବି ପ୍ରତି ଅଣଦେଖା କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆ ଯାଇଥିଲା।
Leave A Reply