Odisha news

ଏକେ-୪୭ ବନ୍ଧୁକ ରେ ଗୁଳି କରି ଯବାନ ର ଆତ୍ମହତ୍ୟା।                           

0
 ନୂଆପଡ଼ା- ୨୯/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ଖଡୁପାଣି ସିଆରପିଏଫ୍ କ୍ୟାମ୍ପ- ୧୯ ରେ ଏକ ଅଘଟଣ ଘଟିଛି। ଏକେ-୪୭ ବନ୍ଧୁକ ଗୁଳି ଚଳାଇ ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ । ଖବର ନେବାରୁ ଜଣା ପଡ଼ିଛ ସିଆରପିଏଫ୍  ଯବାନ ସବ ଇ୍ସପେକ୍ଟର ଡି. ଗୁନ୍ନା ଶେଖରନଙ୍କ ଘର ତାମିଲନାଡୁ ନିଲୁର ଜିଲ୍ଲା ଗୁଡ଼ିପଲ୍ଲିରେ ,ସେ ଆଜି ବୋଡ଼େନ ଥାନ ଅନ୍ତର୍ଗତ ଖଡୁପାନି  କ୍ୟାମ୍ପରେ  କୌଣସି କାରଣରୁ ନିଜ ସର୍ଭିସ୍ ଏକେ-୪୭ ବନ୍ଧୁକରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉପରୋକ୍ତ ଘଟଣା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ରଘୁବେନ୍ଦ୍ରମ୍ ରେଡ୍ଡୀ ଘଟଣା ସ୍ଥଳ କୁ ଯାଇ ସରଜମିନ ତଦନ୍ତ  କରିଥିବା ବେଳେ ଆତ୍ମ ହତ୍ୟା ର କାରଣ ସ୍ପଷ୍ଟ ହୋଇ ନାହିଁ,ଶବ କୁ ବିମାନ ଯୋଗେ ମୃତକ ଯବାନ ଘର ତାମିଲନାଡୁ ରାଜ୍ୟକୁ ପଠାଇବା ବ୍ୟବସ୍ଥା କରିବେ ବୋଲି  ସୂଚନା ମିଳିଛି।
Leave A Reply