ନୂଆପଡା- ୧/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ସିନାପାଲି ବ୍ଲକ୍ ସଦଭାବନା ସମିତି ତରଫରୁ ରବିବାର ସ୍ଥାନୀୟ ଶିଶୁ ବିଦ୍ଯାମନ୍ଦିର ଠାରେ ବ୍ଲକ ସ୍ତରୀୟ ସଦଭାବନା ବୈଠକ ଅନୁଷ୍ଠିତ ହୋଇଛି ।
ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତୁଳସୀରାମ ମେହେର ଓ ବକ୍ତା ଭାବରେ ଗରୁଡ଼େଶ୍ୱର ଗହୀର, ସଜ୍ଜନ ଅଗ୍ରୱାଲ, ପ୍ରଦୀପ ରାଉତରାୟ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ । ବୈଠକରେ ଅଞ୍ଚଳର ଭିନ୍ନଭିନ୍ନ ୧୩ ଗୋଟି ଜାତିର ନେତୃମଣ୍ତଳୀ ଯୋଗ ଦେଇ ନିଜନିଜ ଜାତିର ଗୌରବମୟ ଇତିହାସ, ସଂସ୍କୃତି, ସଂସ୍କାର ଓ ରିତୀନୀତି ଉପରେ ଆଲୋଚନା କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ କ୍ଷମାନିଧି ନିଆଲ, ରମେଶ ଚନ୍ଦ୍ର ହଂସ, ଜୟାନନ୍ଦ କଟା, ଚୌବନ ସିଂହ ମାଝୀ, ସୁବ୍ରତ ଠାକୁର, ବୈଷ୍ଣବ ମେହେର, ଅତୁଳ କୁମାର ପାତ୍ର, ଲଳିତ ସୁନାରୀ, ରୋହିତାଶ୍ୱ ନାଏକ, ମାର୍କଣ୍ତ ଗହୀର, ସରୋଜ ସିଂହ ନିନା, ବିଷ୍ଣୁପ୍ରସାଦ ନାଏକ, ଟିକେଲାଲ ଗହୀର, ତରୁଣ ସିଂହ ମାଝୀ, ଦ୍ରୋଣେଶ୍ୱର ଜଗତ, ଦେବ ବାଗ, ଡିଙ୍ଗର ମାଝୀ, ଭୁଜବଳ ଘିଭେଲା, ପ୍ରେମଲାଲ ନାଏକ, ବିଶ୍ୱ ବୋଡ଼କିଆ, ନରହରି ହଂସ, ଗିରିଶ ଚଂଦ୍ର ନାଏକ, କୋଦଣ୍ତ ରାଉତରାୟ, ସେବକରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।