ନୂଆପଡ଼ା- ୧/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଭିଭାବକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରମେଶ କୁମାର ହଂସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମ୍ବିଳନୀରେ ଅତିଥି ଭାବରେ ସଙ୍କୁଳ ପ୍ରମୁଖ ତୁଳସୀରାମ ମେହେର, ପରିଚାଳନା ସମିତିର କୋଷାଧ୍ୟକ୍ଷ ବୈଷ୍ଣବ ମେହେର ଯୋଗଦେଇଥିଲେ ।ଏ ଅବସରରେ ଶିଶୁର ବିକାଶରେ ଶିକ୍ଷକ, ଶିକ୍ଷାର୍ଥୀ ଓ ଅଭିଭାବକଙ୍କ ସମ୍ମିଳିତ ପ୍ରୟାସ ବିଷୟରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଶତାଧିକ ଅଭିଭାବକ ନିଜନିଜ ଗଠନମୂଳକ ମତ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଆଚାର୍ଯ୍ଯ ପଞ୍ଚାନନ ନାଏକ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଆଚାର୍ଯ୍ୟା ରଞ୍ଜିତା ଠାକୁର ମଞ୍ଚ ପରିଚାଳନା କରିଥିଲେ । ଶେଷରେ ବିଦ୍ଯାଳୟର ଶୈକ୍ଷିକ ପ୍ରମୁଖ ହୃଦାନନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।