Odisha news

ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ମିଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ। 

0
ନୂଆପଡା -୧୩/୦୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ଚନାବେଡା ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପିତବାସ ଜଗତ ଙ୍କ ସଭାପତିତ୍ବରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଜତ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ପଞ୍ଚାନନ ବେହେରା, ସାଧନା କର୍ମୀ ତଥା ବରିଷ୍ଠ ଶିକ୍ଷକ ରଜନୀକାନ୍ତ ଯୋଷି ମଞ୍ଚାସିନ ରହି ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟରେ ଏକତା ରହିଲେ ବିଦ୍ୟାଳୟର ଉନ୍ନତି ସମ୍ଭବ ହୋଇଥାଏ ଓ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ଓ ମନୋବଳ ବୃଦ୍ଧି ପାଇଥାଏ ବୋଲି କହିଥିଲେ। ବିଦ୍ୟାଳୟର ବିକାଶରେ ଅଭିଭାବକ ଓ ଶିକ୍ଷକମାନଙ୍କ  ସମାନ ଦାୟିତ୍ଵ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ। ସଭା ଆରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରିଥିବା ବେଳେ ଛାତ୍ରଛାତ୍ରୀମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ । ବିଭିନ୍ନ ସରକାରୀ ଯୋଜନା ଯଥା ଛାତ୍ର ବୃତ୍ତି, ପାଠ୍ୟକ୍ରମ, ବିଭିନ୍ନ ସହାୟତା ସଂପର୍କରେ ଜନସଚେତନ କରା ଯାଇଥିଲା। ଏହା ସହ ରାଜ୍ୟ ସରକାଙ୍କ ବିଭିନ୍ନ ବିଭାଗ ର କର୍ମଚାରୀ ଯୋଗଦେଇ ଯଥା ପଞ୍ଚାୟତରାଜ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି,ଯୋଗାଣ, ମହିଳା ଓ ଶିଶୁ ,ମିଶନ ଶକ୍ତି ବିଭାଗ  ସରକାରଙ୍କ ସୁବିଧା ସୁଯୋଗ ସଂପର୍କରେ ଅଭିଭାବକଙ୍କୁ ବୁଝାଇ ଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଅଭିଭାବକ ଓ ଶିକ୍ଷାର୍ଥୀଙ୍କୁ ନେଇ ବିଭିନ୍ନ  ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଶେଷରେ ଅଭିଭାବକ ମାନେ ନିଜସ୍ୱ ମାତାମତ ପ୍ରଦାନ କରିଥିଲେ । ଶିକ୍ଷକ କୈଳାଶ ଚନ୍ଦ୍ର ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶୁଭକର ମାଝୀ,ଟିକେରାମ ମେହେର, ଧରଣୀଧର ମେହେର, ଶିକ୍ଷୟତ୍ରୀ ତରୁଲତା ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ଶତାଧିକ  ଅଭିବାବକ ଯୋଗଦାନ କରିଥିଲେ l
Leave A Reply