ନୂଆପଡ଼ା- ୧୨/୦୯ ସକାଳ ଖବର ( ସୁରେନ୍ଦ୍ର ତିୱାରୀ) ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ତିନି ଦଫା ଦାବି ପୂରଣ ନେଇ ରାଜ୍ଯର ବିଭିନ୍ନ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ଯବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ନୂଆପଡ଼ା ଜିଲ୍ଲା ର ପାଞ୍ଚ ଟି ବ୍ଲକ୍ ରେ ପ୍ରାଥମିକ ଶିକ୍ଷକ ଧାରଣା ଫଳ ରେ ଶିକ୍ଷାଦାନ ବାଧା ପ୍ରାପ୍ତ ହୋଇଛି। ଏହି କ୍ରମରେ ସିନପାଲି ପ୍ରାଥମିକ ଶିକ୍ଷକ ସଂଘ ମଧ୍ଯ ଆଜି ସମୁହ ବ୍ଯକ୍ତିଗତ ଛୁଟି ନେଇ ସ୍ଥାନୀୟ ବିଇଓ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ସଂଘର ବ୍ଲକ ସଭାପତି ପ୍ରସନ୍ନ ମାଝୀ ଓ ସଂପାଦକ ବାଲାଜୀ ହରିଜନ, ଜିଲ୍ଲା ଏକ୍ସକେଡ଼ର ସଭାପତି ଅରୁଣ କୁମାର ଯୋଷୀ, କନିଷ୍ଠ ଶିକ୍ଷକ ସଂଘ ସଭାପତି ଜ୍ଞାନରଞ୍ଜନ ସୁନାନୀଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରୁ ଶହଶହ ସଂଖ୍ଯାରେ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀ ଏହି ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ବ୍ଲକର ପ୍ରାୟ ବିଦ୍ଯାଳୟରେ ତାଲା ଝୁଲିବା ସହ ମଧ୍ଯାହ୍ନ ଭୋଜନ ବନ୍ଦ ହୋଇ ଶିକ୍ଷା ଦାନ ଠପ୍ ହୋଇପଡ଼ିଛି। ଏହି ଧାରଣା ରେ, ଠିକା ନିଯୁକ୍ତି ଉଚ୍ଛେଦ, ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ଯକାଳକୁ ମୂଳ ଚାକିରିରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରୁଣା ପେନସନ୍ ଲାଗୁ କରିବା ଆଦି ଦାବିରେ ଧାରଣାସ୍ଥଳରେ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ନେତୄମଣ୍ତଳୀଙ୍କ ସମେତ ସତ୍ଯରୂପା ଯୋଷୀ, ରମେଶ ଚନ୍ଦ୍ର ମେହେର, ଅସ୍ମିତା ପାଢ଼ୀ, ବୈଷ୍ଣବ ମେହେର, ଅତୁଲ ପାତ୍ର, ତନୁରାମ ନାଏକ, ଖଗେଶ୍ୱର ନିଆଲ, ଚତୁର୍ଭୁଜ ସେଠୀ, ସୁରମା ପଣ୍ଡା, ମହେଶ୍ୱର ଗୁଆଲ, ବ୍ରଜମୋହନ ଦେ, ଶିବପ୍ରସାଦ ମେହେର, ଧୀରେନ୍ଦ୍ର ସା, ଇବ୍ରାହିମ ଖାନ, ସେବକରାମ ପାତ୍ର, ଡୋଳାମଣି ମେହେର, ନିକୁଞ୍ଜ ବିହାରୀ ସା ପ୍ରମୁଖ ସମାବେଶକୁ ଉଦବୋଧନ ଦେଇଥିଲେ । ସଭାକାର୍ଯ୍ଯକୁ ଶିକ୍ଷକ ଲୋଚନ ମେହେର ପରିଚାଳନା କରିଥିଲେ । ଦାବି ପୁରଣ ନହେବା ଯାଏଁ ଶିକ୍ଷକମାନେ ଧାରଣାରେ ବସିବେ ବୋଲି ସ୍ସଷ୍ଟ କହୁଥିବା ବେଳେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦେଉଛୁ ବୋଲି ଡିଣ୍ଡିମ ପିଟୁଥିବା ରାଜ୍ଯ ସରକାର ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ଯତକୁ ଅନ୍ଧାର ଭିତରକୁ ଠେଲି ଦଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେବା ସହ ଏହାର ଯଥାଶୀଘ୍ର ସମାଧାନ ପାଇଁ ଦାବି ହେଉଛି । ଏହି ଭଳି ଜିଲ୍ଲା ର ଆଉ ଚାରି ଗୋତି ବ୍ଲକ୍ ର ବି.ଇ.ଓ କାର୍ଯ୍ୟାଳୟ ଯଥା ବୋଡ଼େନ, ଖଡିଆଳ, କୋମନା ଓ ନୂଆପଡ଼ା କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ମାନେ ଧାରଣା ରେ ବସିଛନ୍ତି।