Odisha news

ଜିଲ୍ଲାସ୍ତରରେ ଉଚ୍ଚ ପଦବୀ ନିଯୁକ୍ତି ରାଜ୍ୟ ସରକାର ଛଡାଇ ନେବା ବିରୋଧରେ ଦାବିପତ୍ର ପ୍ରଦାନ।

0
ନୂଆପଡ଼ା-୧/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରରି) ନୂଆପଡ଼ା ଜିଲ୍ଲା କୋଶଳ ରାଜ୍ଯ ମୁକ୍ତି ମୋର୍ଚ୍ଚା ତରଫରୁ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଗସ୍ତି ପ୍ରଧାନ ଙ୍କ ଜରିଆରେ ଓଡିଶାର ରାଜ୍ୟପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ନିଯୁକ୍ତି କ୍ଷେତ୍ରରେ ଉଚ୍ଚ ପଦବୀ ପାଇଁ ଓ.ପି.ଏସ୍.ସି, ଅନ୍ୟାନ୍ୟ ପଦବୀ ପାଇଁ ଓ.ଏସ୍.ଏସ୍.ସି ଏବଂ ଓ.ଏସ୍.ଏସ୍.ଏସ୍.ସି  ଗଠିତ l  ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ ଜିଲ୍ଲା କ୍ୟାଡର ନିୟମ – ୨୦୧୨ ର ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା – ୧୦୦୬୯
ଅନୁଯାୟୀ ରାଜ୍ୟର ୨୪ ଟି ବିଭାଗ ଅଧୀନରେ ଜିଲ୍ଲା ସ୍ତରୀୟ ଗ୍ରୁପ୍- ସି ଏବଂ ଗ୍ରୁପ ଡି ସିଭିଲ୍ ପଦବୀ ନିଯୁକ୍ତି କୁ ସରକାର ଏକାଥରକେ ଜିଲ୍ଲା ସ୍ତରରେ ଥିବା ସମସ୍ତ କ୍ଷମତାକୁ ଛଡ଼ାଇ ନେଲେ |
ଫଳରେ ପଶ୍ଚିମାଞ୍ଚଳର ଆଧିକାଂଶ ଆଶାୟୀ ପ୍ରାର୍ଥୀ ଚାକିରି ରୁ ବଞ୍ଚିତ ହେଉଛନ୍ତି  l ରାଜ୍ୟରେ ଶିକ୍ଷା ସହାୟକ ଏଗାର ସହ ପଦବୀ  ଖାଲି ଥିବା ସତ୍ତ୍ୱେ ଛ’ହଜାର ପଦବି ପୂରଣ କରାଯାଇଛି l ଶିକ୍ଷକ ପଦବୀ ପୂରଣ ରେ ମଧ୍ୟ ପାତର ଅନ୍ତର ମନୋଭାବ ରଖି ଉପକୂଳ ତଥା ମୁଖ୍ୟ ଓଡିଶା ଭୂମିର ପ୍ରାର୍ଥୀଙ୍କୁ ନିଯୁକ୍ତ କରି ପଶ୍ଚିମ ଭାଗର ପୋଷ୍ଟ ଗୁଡିକୁ ଛଡ଼ାଇ ନେଇଛନ୍ତି I ଏହା କହିବା ପ୍ରଯୁଜ୍ୟ ଯେ ବର୍ତ୍ତମାନର ତଥାକଥିତ ପାଶ୍ଚାତ୍ୟ ଅଂଶ ଆଶଙ୍କା ଦୂର କରିବା ପାଇଁ ମଧ୍ୟପ୍ରଦେଶ ଓଡିଶା ସହିତ ଦୁଇଟି ପର୍ଯ୍ୟାୟରେ ମିଶ୍ରିତ ହୋଇଥିଲା | ଉପକୂଳ ଓଡିଶାର ତତ୍କାଳୀନ ନେତାମାନେ ଘୋଷଣା କରିଥିଲେ ଯେ ପଶ୍ଚିମ ଭାଗ ଓଡିଶାରେ ମିଶିଲେ ସ୍ଵତନ୍ତ୍ର ସେବା ସହ ପଦବୀରେ ପୂରଣ ଅଧିକ ଗୁରୁତ୍ୱ ଦିଆଯିବ | ଏହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ, ପଶ୍ଚିମାଞ୍ଚଳ ଲୋକମାନଙ୍କ ସହ ଏକ ବଡ ଷଡଯନ୍ତ୍ର ଥିଲା I
ରାଜ୍ୟରେ ବେକାର ଯୁବକ ଯୁବତୀ ମାନଙ୍କ ମଧ୍ୟରେ ପଶ୍ଚିମ ଭାଗରେ ଅଧିକାଂଶ ଅଛନ୍ତି I ତେଣୁ ନିରପେକ୍ଷ ବିଚାର୍ ବିମର୍ଶ କରି ପଦବୀ ପୂରଣ ନିମନ୍ତେ ପୂର୍ବ ଭଲି ଲାଗୁ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ଥିଲା । ଆଜି ଉପରୋକ୍ତ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଆବାହକ ଶ୍ରୀ ଶାହରୁଖ ଖାନ୍ ଙ୍କ ସହ ଜୟଦେବ ମାଝୀ, ନରେନ୍ଦ୍ର ନାଗ, ନବୀନ ସାହୁ , ଉମା ବନଛୋର, ବିକାଶ ଦେଓ, ଲାଲ ମୋହନ ବନଛୋର, ଗଣ୍ଡାରାମ ଅଦା ଏବଂ ପ୍ରମୁଖ କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ଥିଲେ l
Leave A Reply