Odisha news

ଇମ୍ୟୁନିଟି ବଢ଼ାଇବା ସହିତ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ ଅଁଳା ଓ ମହୁ

0
ଅଁଳା କୁ ଶରୀର ପାଇଁ ପାୱାର ବ୍ୟାଙ୍କ୍ କୁହାଯାଏ । ଏହାକୁ ଆୟୁର୍ବେଦ ରେ ଚିର ଯୌବନ ଖାଦ୍ୟ ଭାବରେ କୁହାଯାଏ । ଅଁଳା କେଶ, ତ୍ଵଚ଼ା, ପେଟ ଓ ଇମ୍ୟୁନିଟି କୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଅଁଳା କୁ ମହୁ ସହିତ ମିଶାଇ ସେବନ କରିବେ ତେବେ ଏହା ଆପଣଙ୍କ ଶରୀର କୁ ଅଦ୍ଭୁତ ଲାଭ ଦେଇଥାଏ । ରାତିରେ ଗରମ୍ ପାଣି ସହିତ ଅଁଳା ଗୁଣ୍ଡ ରେ ମହୁ ମିଶାଇ ସେବନ କରିବା ଦ୍ୱାରା ପେଟ କୁ ଏହା ସୁସ୍ଥ ରଖିଥାଏ ।
ଏହି ଦୁଇଟି ଜିନିଷ ଆଣ୍ଟି ଅକ୍ସିଡ଼ାଣ୍ଟ ର ପାୱାର ହାଉସ ଅଟନ୍ତି ।
ଅଁଳା ଓ ମହୁ ଖାଇବାର ସ୍ୱାସ୍ଥ୍ୟକର ଗୁଣ:-
* ବ୍ଲଡ଼ ଶୁଗାର୍ ନିୟନ୍ତ୍ରିତ ହୋଇଥାଏ:
ଅଁଳା ଗୁଣ୍ଡ ଓ ମହୁକୁ ମିଶାଇ ଖାଇବ ଦ୍ଵାରା ମଧୁମେହ ନିୟନ୍ତ୍ରିତ ହୋଇଥାଏ ଓ ଇନ୍ସୁଲିନ ସ୍ତର ଠିକ୍ ରହିଥାଏ । ମହୁ ଗୋଟିଏ ନେଚୁରାଲ ସ୍ଵୀଟ ନର୍ ଅଟେ ଓ ଅଁଳା ରେ ରହିଥିବା ତତ୍ତ୍ଵ ମଧୁମେହ କୁ ନିୟନ୍ତ୍ରିତ କରିଥାଏ ।
* ଇମ୍ୟୁନ୍ ସିଷ୍ଟମ୍ ମଜବୁତ୍ ହୋଇଥାଏ –
ଅଁଳା ରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥାଏ । ଏହାକୁ ମହୁ ରେ ମିଶାଇ ଖାଇବା ଦ୍ବାରା ସଂକ୍ରମଣ ଦୁର ହୋଇଥାଏ । ଅଁଳା ଓ ମହୁ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ଠାରୁ ଦୂରେଇ ରହିବେ ।
* ପାଚନ ତନ୍ତ୍ର ମଜବୁତ୍ ହୋଇଥାଏ :
ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଅଁଳା ଓ ମହୁ ସେବନ କରିବା ଦ୍ୱାରା ଦୁର ହୋଇଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଗ୍ୟାସ୍, ଏସିଡ଼ିଟି , ବଦ୍ ହଜମି ସମସ୍ୟା ଦୂର ହୋଇଥାଏ ।
* ସର୍ଦ୍ଦି ଓ ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ:
ଯେଉଁ ଲୋକମାନେ ନିୟମିତ ଭାବରେ ଅଁଳା ଓ ମହୁ ସେବନ କରି ଥାଆନ୍ତି , ତେବେ ଥଣ୍ଡା ଜନିତ ବିଭିନ୍ନ ପ୍ରକାର ସମସ୍ୟା ଦୂର ହୋଇଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ।
* ତ୍ୱଚା ସୁନ୍ଦର୍ ରହିବ ଓ ଯବାନ ରହିବ :
ଯେଉଁ ଲୋକମାନେ ନିୟମିତ ଅଁଳା ସେବନ କରି ଥାଆନ୍ତି ସେମାନଙ୍କ କେଶ ଉପୁଡ଼ିବା ସମସ୍ୟା ଦୂର ହୋଇଥାଏ। ଏହା ସହିତ ତ୍ୱଚା ରେ ଚମକ୍ ରହିଥାଏ । ଚର୍ମ ରେ କୁଞ୍ଚନ ଆସି ନଥାଏ ।
Leave A Reply