Odisha news

ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ଼ ଆୟୋଜିତ

ନୂଆପଡା-୨୫/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଭାରତର ସ୍ବାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତ ବର୍ଷରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଆଛି। ଏହି ଅବସରରେ ସ୍ଥାନୀୟ କେନ୍ଦ୍ର ସରକାରଙ୍କ ନେହରୁ ଯୁବ କେନ୍ଦ୍ର ନୂଆପଡା, ଏନଏସଏସ ଜିଲ୍ଲା ୟୁନିଟ ଓ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମରେ ଏକ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ଆୟୋଜିତ ହୋଇଯାଇଛି।ନୂଆପଡା ଜିଲ୍ଲାର ସବୁ ବର୍ଗର ଜନସାଧରଣ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଶ୍ରୀମତି ସ୍ୱଧାଦେଵ ସିଂଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିରୁପେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା,ସମ୍ମାନିତ ଅତିଥିରୁପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର କମାନଣ୍ଡେଣ୍ଟ ରାଜେଶ ବତ୍ସ, ଉପ ଜିଲ୍ଲାପାଳ ତରଣୀସେନ ନାଏକ, ରାଜ୍ୟ କ୍ରିକେଟ ଆସୋସିଏସନ ଉପ ସଭାପତି ସରୋଜ କୁମାର ସାହୁ (ଭୈରବ) , ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ ପଟ୍ଟନାଏକ ପ୍ରମୁଖ ଯୋଗଦେଇ ସୁଭାରମ୍ବ କରିଥିଲେ ଏବଂ ସମସ୍ତେ ପ୍ରତ୍ୟେକ ଦିନ କିଛି ନା କିଛି ଶାରୀରିକ ବ୍ୟୟାମ କରି ନିଜକୁ ଫିଟ ଓ ସୁସ୍ଥ ରଖିବା ପାଇଁ ପ୍ରୟାଶ ଜାରି ରଖିବା ପାଇଁ ଦୌଡ଼ ରେ ଅଂଶଗରଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ନେହରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ଆଶିଷ କୁମାର ଠାକୁର ଉକ୍ତ କାର୍ଯ୍ୟକ୍ରମର ଲକ୍ଷ, ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ଏନଏସଏସ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସନ୍ତୋଷ କୁମାର ମୁଣ୍ଡ ସ୍ୱାଗତ ଅଭିଭାଷଣ ପ୍ରଦାନ ଓ ମଞ୍ଚ ସଂଯୋଜନା କରିଥିଲେ। ନୂଆପଡା ମିନି ଷ୍ଟାଡିଅମରୁ ଗଣ ଦୌଡ଼ ଆରମ୍ଭ ହୋଇ ଏକତା ଛକ ଦେଇ ରେଳ ଫାଟକ ପର୍ଯ୍ୟନ୍ତ ଯାଇ ପୁଣି ମିନି ଷ୍ଟାଡିଅମ କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଜୟ ଜଗନ୍ନାଥ ଯୁବ ଅନୁଷ୍ଠାନ , ରୋକାଲ ର ସ୍ବେଚ୍ଛାସେବୀମାନେ ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। ଏହି ଫ୍ରିଡ଼ମ ରନ ରେ ନେହରୁ ଯୁବ କେନ୍ଦ୍ର ସହ ଅନୁବନ୍ଧିତ ଯୁବ ଅନୁଷ୍ଠାନ, ନ୍ୟାସନାଲ କଲେଜ ନୂଆପଡା, ସାଇ କଲେଜ କୁରୁମପୁରୀ, ଫୁଟବଲ ଆସୋସିଏସନ ନୂଆପଡା, ସରକାରୀ ଆଇଟିଆଇ ଖରରିଆର ରୋଡ, ଛାତ୍ର ରକ୍ତ ଦାତା ମହାସଂଘ, ପ୍ରାତଃ ଭ୍ରମଣ ଦଳ ଖରିଆର ରୋଡ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ଯବାନମାନେ ଉତ୍ସାହ ର ସହ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ର ସୁପରିଚାଳନା ପାଇଁ ବିଭୁଦତ୍ତ ମିଶ୍ର, ପ୍ରକାଶ ସାହୁ, ବିଶ୍ଵଜିତ ପାଣିଗ୍ରାହୀ, ମୂକେଶ ପାଣ୍ଡେ, ଟିକେଶ୍ୱର ହଂସ, ସାଇରା ଖାନ, ସଂଗ୍ରାମ କେଶରୀ ସିଂ, ଟେକରାମ ପାଣ୍ଡେ ଓ ଆନ୍ୟାନ୍ୟ ସ୍ବେଛାସେବିଗଣ ଙ୍କ ପୂର୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳତା ର ସହ ଆୟୋଜିତ ହୋଇଥିଲା।

Comments are closed.