ନୂଆପଡ଼ା -୮/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରବର୍ତ୍ତୀ ଗୋଡଫୁଲା ପଞ୍ଚାୟତ ଅନ୍ତର୍ଗତ ପଟପରପାଲି ଗ୍ରାମ ରେ ଗତ ୧୫ ଦିନ ରୁ ଉର୍ଦ୍ଧ୍ ହେବ ନଳ ରେ ପାଣି ଆସୁନାହିଁ। ଫଳ ରେ ପାଞ୍ଚ ସହ ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଅଧିବାସୀ ମାନେ ପାଣି ପାଇଁ ଡହଳ ବିକଳ ହେଇ ଦୁଃଖ ରେ ଦିନ କାଟୁଛନ୍ତି। ଗ୍ରାମରେ କେତେକ ନଳକୂପ ଥିଲେ ହେଁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁ ଥିବାରୁ ପିଇବା ଯୋଗ୍ୟ ନୁହେଁ ବୋଲି ଗ୍ରାବାସୀମାନେ ଅଭିଯୋଗ କରିଛନ୍ତି।ବସୁଧା ଯୋଜନାରେ ଏଠାରେ ପାଣି ଯୋଗାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ପମ୍ପ ହାଉସ ଓ ଅନ୍ୟାନ୍ୟ ସୁବିଧା କରିଛନ୍ତି ହେଳେ ବାରମ୍ବାର ମରାମତି ସତ୍ତ୍ଵେ ପାଣି ଯୋଗାଣ କରିବାରେ ଏହି ପମ୍ପ ହାଉସ ବିଫଳ ହୋଇଛି। ନୂତନ ମୋଟର ଲଗାଇ ନିୟମିତ ପାଣି ଯୋଗାଇ ବାକୁ ଗ୍ରାମ ବାସୀ ଦାବି କରିଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଉପରୋକ୍ତ ଗ୍ରାମ ର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସଧାରଣ ରେ ଦାବି ହେଉଛି।