Odisha news

ବିଶ୍ୱ ରେଡକ୍ରସ୍ ଦିବସ ଉପଲକ୍ଷେ ରକ୍ତଦାନ ଶିବିର

0
ନୂଆପଡା -୮/୫(ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଆହ୍ବାନ କ୍ରମେ ବିଶ୍ୱ ରେଡକ୍ରସ୍ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ବିଜୟ କୁମାର ଛତ୍ରିଆ, ରାଜସ୍ୱ ସହାୟକ ମାନିନୀ ନାୟକ, ମମତା ଶବର ଏବଂ ସୌରଭ କୁମାର ବୈଠାରୁ ରକ୍ତଦାନ କରିଥିଲେ । ସେହିପରି ଆଞ୍ଚଳିକ ପରିବହନ ଅଧିକାରୀ ମାନ ସିଂ, ଶିକ୍ଷକ ଭବତୋଷ ଦାଶ ଏବଂ ତାଙ୍କ ପତ୍ନୀ ସ୍ୱରୂପା ରାଣୀ ହୋତା, ସ୍ୱେଚ୍ଛାସେବୀ ବିଜୟ ରାଉତରାୟ, ନର୍ସ ଲକ୍ଷ୍ମୀ ଗହିର ପ୍ରମୁଖ ରକ୍ତଦାନ କରିଛନ୍ତି । ଶିକ୍ଷକ ତଥା ରକ୍ତଦାତା କିଶୋର କୁମାର ପରିଡ଼ା ଏବଂ ଜିଲ୍ଲା ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ । ବିଶ୍ୱ ରେଡ୍ କ୍ରସ୍ ଦିବସ ଅବସରରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଜିଲ୍ଲାପାଳ ଶୁଭେଚ୍ଛା ସହିତ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ରକ୍ତଦାନ କରିବା ପାଇଁ ସମାଜର ବିଭିନ୍ନ ବର୍ଗ ସ୍ୱେଚ୍ଛାରେ ଆଗେଇ ଆସିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।
Ad2
Leave A Reply