ନୂଆପଡ଼ା -୮/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବିଜେ ମାଁ ସମଲେଶ୍ୱରୀ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଆୟୋଜିତ ତିନି ଦିନ ବ୍ୟାପି ପ୍ରତିଷ୍ଠା ଉତ୍ସବ ର ଆଜି ଶୁଭାରମ୍ଭ ହୋଇଛି। ଏହି ଅବସରରେ ଶତାଧିକ ମହିଳା ଓ ପୁରୁଷ ଭକ୍ତ ଙ୍କ ଏକ ବିଶାଳ କଳସ ଯାତ୍ରା ଗ୍ରାମ ପରିକ୍ରମା କରି କୋମନା ଗଡ଼ ମଧ୍ୟସ୍ତ ମାଁ ସମଲେଇ ଙ୍କ ପୀଠ ରେ ପହଞ୍ଚିବାପରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଓ ରାଣୀ ରାଜଶ୍ରୀ ଦେବୀ, କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ, ପାଟଣା ମହାରାଜା କନକ ବର୍ଦ୍ଧନ ସିଂହ ଦେଓ ଓ ମହାରାଣୀ ସଂଗୀତା କୁମାରୀ ସିଂହ ଦେଓ ଙ୍କ ସମେତ କଳାହାଣ୍ଡି ସାଂସଦ ମାଳବିକା ଦେବୀ,କଳାହାଣ୍ଡି କୁମାର ସାହେବ ଅର୍କ କେଶରୀ ଦେଓ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ପଦ୍ମଶ୍ରୀ ହଳଧର ନାଗ ଙ୍କ ସମେତ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥି ସହ କୋମନା ଗଡଜାତ ମଧ୍ୟସ୍ଥ ମାଁ ସୁନାଦେଇ, ମାଁ ଇନ୍ଦ୍ରାଦି, ମାଁ ପାଟ ସମଲେଇ, ବୁଢାରଜା, କଣା ଭଇଁରା ଆଦି ନ ଦେବାଦେବୀ ଙ୍କୁ ମଧ୍ୟ ଆବାହନ କରାଯାଇଛି।ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଛି।ଖଡ଼ିଆଳ ଗଡଜାତ ଅମଳରୁ ମାଁ ସମଲେଇ ଏଠାରେ ଏକ ପୁରୁଣା ମନ୍ଦିର ରେ ପୂଜା ପାଉ ଥିବା ବେଳେ ବର୍ତ୍ତମାନ ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣ ସରିଛି।