ନୂଆପଡ଼ା -୨୪/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ସହର ସ୍ଥିତ କଲ୍ୟାଣ ମଣ୍ଡପ-୨ ଠାରେ ଆଜି କାର୍ଯ୍ୟରତ ସାମ୍ବାଦିକ ପରିଷଦ ପକ୍ଷ ରୁ ଜମ୍ମୁ କାଶ୍ମୀର ପହଳଗାମ ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା କୁ ତୀବ୍ର ନିନ୍ଦା କରିବା ସହ ସହିଦଙ୍କ ପରିବାରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଉପରୋକ୍ତ ଶୋକସଭାରେ ପରିଷଦ ର ସଂଯୋଜକ ତପନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ସହ ସଂଯୋଜକ ଯୋଗେଶ୍ୱର ସାଗରିଆ ସ୍ମୃତି ଚାରଣ କରିଥିଲେ। ଏହି ଉପଲକ୍ଷେ ଶୋକ ସଭା ରେ ଆତଙ୍କବାଦୀ ଆକ୍ରମଣ ଘଟଣା କୁ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନ ରେ ଏହାର ଦୃଢ଼ ପଦକ୍ଷେପ ନେବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଙ୍କୁ ଆହ୍ବାନ ଜଣାଇଥିଲେ। ଏହି ଘଡିସନ୍ଧି ମୁହୂର୍ତ୍ତ ରେ ଭାରତବାସୀ ଅନେକତା ରେ ଏକତା ର ପରିଚୟ ଦେଇ ଅଖଣ୍ଡତା ବଜାୟ ରଖିବା ସହ ଆତଙ୍କବାଦ ର ଦୃଢ଼ ମୁକାବିଲ ପାଇଁ ଏକଜୁଟ ହେବାକୁ ଉତ୍ସାହିତ କରିଥିଲେ । ଦୁଇ ମିନିଟ ମୃତକ ଆତ୍ମାଙ୍କ ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଶହୀଦ ପରିବାରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଉକ୍ତ ଶୋକ ସଭା ର ସହ ସଂଯୋଜକ ମୋତି ଲାଲ ବାଗ,ପରମେଶ୍ବର ବାରିକ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଭା ଶେଷ ରେ କୁନାଲ ଚରଣ ବେହେରା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ଦଣ୍ଡସେନା, ଦେବେଶ ହୋତା, ହେମନ୍ତ ବେହେରା, ବାପିନା ସାହୁ, ଓମ ପ୍ରକାଶ ଅଗ୍ରୱାଲ, ଶାମ୍ବ ସରାଫ, ଶ୍ୟାମସୁନ୍ଦର ସଗରିଆ, ମାଇକେଲ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।