Odisha news

ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ପାସ୍ ବୁକ୍ ବଣ୍ଟନ 

0
ନୂଆପଡ଼ା -୨୨/୪ (ସୁରେନ୍ଦ୍ର ତିୱାରୀ)  ସ୍ଥାନୀୟ ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ବେଙ୍କ ପାସ ବୁକ ବଣ୍ଟନ କରାଯାଇଛି । ବିଦ୍ଯାଳୟ କତ୍ତୃପକ୍ଷଙ୍କ ଉଦ୍ଯମ ଓ ଆଞ୍ଚଳିକ ଗ୍ରାମ୍ଯ ବେଙ୍କ ହାତୀବନ୍ଧା ଶାଖାର ସହଯୋଗରେ ଷଷ୍ଠ ରୁ ଅଷ୍ଟମ ପଢ଼ୁଥିବା ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀଙ୍କ ପାସ୍ ବୁକ୍ ତିଆରି କରାଯାଇ ଆଜି ବଣ୍ଟନ କରାଯାଇଥିଲା । ପ୍ରଧାନ ଶିକ୍ଷକ ସାରଙ୍ଗପାଣି ଦଣ୍ତସେନା, ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଷୀ, ଶିବ ପ୍ରସାଦ ମେହେର, ବୈଷ୍ଣବ ମେହେର ଓ କିଶୋର ଚନ୍ଦ୍ର ମେହେର ଉପସ୍ଥିତ ରହି ପାସବୁକ ବଣ୍ଟନ କରିଥିଲେ । ସୂଚନାଯୋଗ୍ଯ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପାଇବାକୁ ହେଲେ ବେଙ୍କ ପାସବୁକ୍ ର ଆବଶ୍ଯକତା ରହିଥିବା ବେଳେ ପାସବୁକ୍ ଟିଏ ତିଆରି କରିବାକୁ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ହଇରାଣ ହେବାକୁ ପଡ଼ିଥାଏ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୄଷ୍ଟିରେ ଶିକ୍ଷକଙ୍କ ଏହି ଉଦ୍ଯମକୁ ସ୍ଥାନୀୟ ଅଭିଭାବକ ପ୍ରଶଂସା କରିଛନ୍ତି ।
Leave A Reply