Odisha news

ପଶ୍ଚିମ ଓଡ଼ିଶାର ପରିଚୟ ଗଣପର୍ବ ନୂଆଖାଇ : ଯାହାକି ଯୋଡିଥାଏ ମନ ସହିତ ମନର ଭାବକୁ

0

ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ l ଚାରିଆଡେ ଖୁସିର ମାହୋଲ l ନୂଆଖାଇ ପର୍ବ ପାଇଁ ପୁରପଲ୍ଲୀ ରୁ ନେଇ ସହର ପର୍ଯ୍ୟନ୍ତ କୋଳାହଳ l ସମସ୍ତେ ମିଳିମିଶି ନୁଆ ଖାଇବେ , ନୁଆ ପିନ୍ଧିବେ , ଜୁହାର ଭେଟ ହେବେ ସେଥିପାଇଁ ପ୍ରସ୍ତୁତି l

ତେଣୁ ଆଜିର ଦିନରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଦେବୀ ମା ସମଲେଶ୍ୱରୀ ଙ୍କ ପିଠ ଉତ୍ସବ ମୁଖର l ନୂଆଖାଇ ଭେଟ ଘାଟ ପାଇଁ ଲୋକେ ବିଦେଶ ରୁ ବାହୁଡ଼ି ଆସିଛନ୍ତି ନିଜ ଗ୍ରାମ କୁ l ସମସ୍ତ ଙ୍କ ଘର ଗହଳୀ ରେ ପୁରି ଉଠୁଛି l ପରିବାର ସହିତ ମିଶି କରିବେ ନବାହ୍ନ ଭୋଜନ l

ନୂଆଖାଇ କଣ ?

ଓଡିଶା ଗୋଟିଏ କୃଷି ଭିତିକ ରାଜ୍ୟ l ଧାନ ଅମଳର ଖୁସିରେ ଚାଷୀ ମାନେ ଏହି ପର୍ବ ପାଳନ କରନ୍ତି l ଶରତ ଋତୁ ଧରା ପୃଷ୍ଠରେ ଅବତରଣ ପରେ ଚାଷୀ ଜମିରେ ବେଉସଣ କାର୍ଯ୍ୟ ଆରମ୍ଭ କରିଥାଏ l ସହଳ ଅମଳ କ୍ଷମ ଧାନ ଗର୍ଭ ଧାରଣ କରି କେଣ୍ଡା ପକାଇ ଥାଏ l ଚାଷୀ ପ୍ରଥମ କରି ଏହି ଧାନ କେଣ୍ଡା କୁ ଇଷ୍ଟ ଦେବୀଙ୍କୁ ଅର୍ପଣ କରିବା ହିଁ ନବାନ୍ନ ଭକ୍ଷଣ l ଏବଂ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ଏହାକୁ ନୂଆଖାଇ କୁହାଯାଇ ଥାଏ l

ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ତିଥି ରେ ନୂଆଖାଇ ପର୍ବ ପାଳିତ ହୋଇଥାଏ l ଧାନ ଅମଳ ଖୁସିରେ ପାଳନ ହୁଏ ନୂଆଖାଇ l ଏହିଦିନ ପ୍ରତ୍ୟେକ ପରିବାର ନିଜ ଘରେ ଅକାଣ୍ଡିଆ ଚାଉଳ ରେ କ୍ଷୀରି ପ୍ରସ୍ତୁତ କରନ୍ତି l ଏହି କ୍ଷୀରି ନବାନ୍ନ ଭାବରେ ଜଣାଶୁଣା , ଗ୍ରାମର ପୂଜକ ଏହି କ୍ଷୀରି କୁ ଗ୍ରାମ ଦେବତୀ ଙ୍କ ନିକଟରେ ଭୋଗ ଲଗାଇ ସମସ୍ତ ଙ୍କୁ ପ୍ରସାଦ ଭାବରେ ବାଣ୍ଟି ଥାଆନ୍ତି l

ନୂଆଖାଇ ପରଦିନ ନୂଆଖାଇ ବାସୀ ପାଳନ ହୋଇଥାଏ , ଏହିଦିନ ବଳକା ପିଠା କ୍ଷୀରି ସହିତ ଆମିଷ ରାନ୍ଧି ସମସ୍ତେ ଖାଇ ଥାଆନ୍ତି l ବାସୀ ପରଦିନ ତିଆସି ପାଳିତ ହୁଏ l ଏହିଦିନ ଲୋକେ ପାରମ୍ପରିକ ଖେଳ ଯେପରିକି ଡୁଡୁ , ଖୋଖ , ବାଡ଼ି ଖିଚା , କୁସ୍ତି ଆଦି ଖେଳି ପର୍ବର ସମାପନ କରି ଥାଆନ୍ତି l

ନୂଆଖାଇ ଜୁହାର କଣ ? -:
ଗ୍ରାମ ବା ସହରର ଲୋକେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟ ଙ୍କ ହାତରୁ ନବାନ୍ନ ଗ୍ରହଣ କରନ୍ତି l ଗୁରୁଜନ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରନ୍ତି l ଏହାକୁ ନୂଆଖାଇ ଜୁହାର କୁହାଯାଇ ଥାଏ l

କେବେ ହୁଏ ନୂଆଖାଇ ? -:
ନୂଆଖାଇ ପର୍ବ ଆଗରୁ ଗୋଟିଏ ନିର୍ଦ୍ଧିଷ୍ଟ ତିଥିରେ ଆରମ୍ଭ. ହେଉ ନଥିଲା , ଭାଦ୍ରବ ମାସର ଯେକୌଣସି ତିଥିରେ ପାଳିତ ହେଉଥିଲା l ଇଷ୍ଟ ଦେବୀଙ୍କ ଅନୁସାରେ ନୂଆଖାଇ ଲଗ୍ନ ଧରା ଯାଉଥିଲା l

କେବେଠୁ ହେଲା ନିର୍ଦ୍ଧିଷ୍ଟ ଦିନରେ ପାଳିତ -:
୧୯୯୧ ମସିହା ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରି ସାରା ଓଡିଶା ରେ ସରକାରୀ ଛୁଟି ଘୋଷଣା କରିବାର ନଷ୍ପତି ନେଇଥିଲେ l ଏବଂ ଏହାପରେ ପଶ୍ଚିମ ଓଡ଼ିଶାର ସମସ୍ତ ମହଲ ରେ ଚିନ୍ତା କରି ଋଷି ପଞ୍ଚମୀ ଅର୍ଥାତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଗଣେଶ ପୂଜା ପରଦିନ ଟିକୁ ସ୍ଥିର କରାଗଲା l ସେହି ଦିନ ଠାରୁ ସମଗ୍ର ପଶ୍ଚିମ ଓଡ଼ିଶା ରେ ଗୋଟିଏ ଦିନ ରେ ଗଣପର୍ବ ନୂଆଖାଇ ପର୍ବ ପାଳିତ ହୋଇ ଆସୁଛି l

Leave A Reply