Odisha news

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କେଉଁ ସ୍ଥାନରେ ପିତୃ ପୁରୁଷ ଙ୍କ ଫଟୋ ରଖିବା ଜରୁରୀ

0

ହିନ୍ଦୁ ଧର୍ମରେ ପିତୃ ପୁରୁଷ ଙ୍କ ସ୍ଥାନ ଖୁବ ଉର୍ଧ୍ଵରେ ରହିଛି l ପ୍ରତିବର୍ଷ ପିତୃ ପୁରୁଷ ଙ୍କୁ ବିଧିବଦ୍ଧ ଭାବେ ଶ୍ରାଦ୍ଧ ଦିଆଯାଇ ଥାଏ l ମାନ୍ୟତା ରହିଛି ଯେ ପିତୃ ପକ୍ଷରେ ପିତୃ ପୁରୁଷ ପୃଥିବୀ ପୃଷ୍ଠ କୁ ଆସି ଥାଆନ୍ତି ଓ ନିଜ ଆତ୍ମୀୟ ଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି l

ଆମ ଓଡ଼ିଆ ଘରେ ପିତୃ ପକ୍ଷ ଶ୍ରାଦ୍ଧ କୁ ଅନ୍ୟ ପକ୍ଷରେ ମଉଳା ଶ୍ରାଦ୍ଧ ମଧ୍ୟ କୁହାଯାଇ ଥାଏ l ପିତୃ ପକ୍ଷରେ ପିତୃ ପୁରୁଷ ଙ୍କୁ ପିଣ୍ଡ ଦାନ , ଶ୍ରାଦ୍ଧ , ତର୍ପଣ ଇତ୍ୟାଦି କରିବା ଦ୍ୱାରା ତାଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ l

ଆମେ ପ୍ରାୟ ସମସ୍ତେ ନିଜ ପୂର୍ବଜ ବା ପିତୃ ପୁରୁଷ ଙ୍କ ଫଟୋ ଘରେ ରଖିଥାଉ l କିନ୍ତୁ ଏହାକୁ ଲଗାଇବା ପୂର୍ବରୁ କିଛିଟା କଥାକୁ ଧ୍ୟାନ ରଖିବା ଜରୁରୀ l

* କଦାପି ଠାକୁର ଘରେ କିମ୍ବା ଠାକୁର ଘର କାନ୍ଥ ରେ ପିତୃ ପୁରୁଷ ଙ୍କ ଫଟୋ ଲଗାନ୍ତୁ ନାହିଁ l ମାନ୍ୟତା ରହିଛି ଯେ ପୂଜା ଘରେ ପିତୃ ପୁରୁଷ ଙ୍କ ଫଟୋ ଲଗାଇବା ଦ୍ୱାରା ଦେବଦେବୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

* କଦାପି ଭୁଲ ଦିଗ ଯେପରିକି ପୂର୍ବ , ଉତ୍ତର , କିମ୍ବା ଉତ୍ତର-ପୁର୍ବ ଦିଗରେ ପିତୃ ପୁରୁଷ ଙ୍କ ଫଟୋ ରଖନ୍ତୁ ନାହିଁ l ଏହା ଅଶୁଭ ସଂକେତ ଦେଇଥାଏ l

* ଘରର ବ୍ରହ୍ମ୍ ସ୍ଥାନ ଅର୍ଥାତ ମଝି ସ୍ଥାନ ର କାନ୍ଥରେ ପିତୃ ପୁରୁଷ ଙ୍କ ଫଟୋ ଲଗାନ୍ତୁ ନାହିଁ l

* ପୂର୍ବଜ ଙ୍କ ଫଟୋ ଘରର ଦକ୍ଷିଣ ଦିଗ କିମ୍ବା ଦକ୍ଷିଣ – ପଶ୍ଚିମ ଦିଗରେ ଲଗାଇବା ଉଚିତ ଓ ଏହା ଶୁଭ ହୋଇଥାଏ l

* ଯେଉଁ ସ୍ଥାନ ରେ ମଧ୍ୟ ପୂର୍ବଜ ଙ୍କ ଫଟୋ ରଖୁଛନ୍ତି ଗୋଟିଏ କଥା ଧ୍ୟାନ ରଖିବେ ଯେପରି ସେହି ଫଟୋ ଉପରେ ଅଳନ୍ଦୁ କିମ୍ବା ଧୂଳି ନଲାଗିବ l

Leave A Reply