ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରା କୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା -2024 ଉଦଘାଟିତ ହୋଇଯାଇଛି।ଆଜି ଦିବା ୧୦ ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରା ରେ ପଞ୍ଚୁପାଣ୍ଡବ ଙ୍କ ବେଶରେ ସୁସଜିତ୍ ହୋଇ କଳାକାର ମାନେ ନାମ ସଙ୍କୀର୍ତ୍ତନ ,ପଟୁଆର,ଦୁଲୁ ଦୁଲି ରେ ପଞ୍ଚୁପାଣ୍ଡବ ପୀଠ ରୁ ବାହାରି ନୂଆଗାଁ ବିରୁପାଖେସ୍ୱର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତି ମଣ୍ଡପ ,ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ ।ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରା ପତାକା ଉତୋଳନ କରି ମହୋତ୍ସବ କୁ ଉଦଘାଟନ କରିଥିଲେ। ଦିବା ୩ ଘଟିକା ଠାରୁ ୬ ଟା ପର୍ଯ୍ୟନ୍ତ ବ୍ଲକ୍ ର କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଂଧ୍ୟା ଉଦ ଘାଟନିସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାଶ,୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ,ବିଡ଼ିଓ ବସୁଦବ କୁମାର ନାୟକ,ସମ୍ପାଦକ ଦିଲ୍ଲୀପ କୁମାର ଦଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସଂଯୋଜନା କରିଥିଲେ ନୂଆଗନୂଆଗାଁ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୂଆଗାଁ ବନ୍ଦନା ,କଟକ ନୃତ୍ୟାଙ୍ଗନା ଫାଉଣ୍ଡେସନ ଦ୍ବାରା ଓଡିଶୀ ନୃତ୍ୟ, ବଲାଙ୍ଗୀର ଲୋଇସିଂହା ସଙ୍ଗୀତ ସାଧନା ରସର କେଲୀ,ରଙ୍ଗବତୀ, ନଚନୀଆ,ସମ୍ବଲପୁରୀ ନୃତ୍ୟ,ନୂଆଗାଁ ବ୍ଲକ୍ ଡ଼ିମିରିପଲ୍ଲୀ ଉଚ୍ଚବିଦ୍ୟାଳୟଦ୍ଵାରା ବନ୍ଦେମାତରମ ନୃତ୍ୟ,କଳାହାଣ୍ଡି ରାମକୃଷ୍ଣ ପରିଷଦ ଘୁମୁରା ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିନେଇଥିଲା।ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।