କଣିହାଁ : କଣିହାଁସ୍ଥ ଏନଟିପିସି ପକ୍ଷରୁ ଆତଙ୍କବାଦ ବିରୋଧୀ ଦିବସ ପାଳିତ ହୋଇଯାଇଛି । କୋଭିଡ-୧୯ କୁନେଇ କୌଣସି ଲୋକଙ୍କୁ ଏକାଠି ନକରି କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନେଇ ଉକ୍ତ ଦିବସ ପାଳନ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଏନଟିପିସି କଣିହାଁର ସିଜିଏମ ସୁଦିପ ନାଗ ଭିଡିଓ କନଫରେସିଙ୍ଗ ମାଧ୍ୟମରେ ଅଫିସରେ ବରିଷ୍ଠ ଅଧୀକାରୀ ଓ କର୍ମଚାରୀଙ୍କୁ ଆତଙ୍କବାଦ ବିରୋଧୀ ଶପଥପାଠ କରାଇଥିଲେ । ସିଜିଏମ ଶ୍ରୀ ନାଗ ସବୁ ପ୍ରକାର ଆତଙ୍କବାଦକୁ ବିରୋଧ କରିବା, ଶାନ୍ତି ବଜାୟ ରଖିବା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ ।