କଣିହାଁ,: ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଡାକରାରେ ସାରା ଓଡିଶା ପ୍ରତିବାଦ ଦିବସ ଉପଲକ୍ଷେ ଶୁକ୍ରବା କଣିହାଁ ଆଂଚଳିକ କମିଟି ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧୮ ଦଫା ସମ୍ବଳିତ ଦାବିପତ୍ର କଣିହାଁ ବିଡିଓଙ୍କୁ ପ୍ରଦାନ କରାଯାଇଛି । ସଂପ୍ରତି କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ସାମାଜିକ ସଂକଟକୁ ନେଇ ଦଳ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି ।
ଏହି ପରିପ୍ର୍ରେକ୍ଷିରେ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଯୋଗାଇ ଦେବା ସହ ସୁରକ୍ଷିତ ଭାବେ ଘରେ ପହଂଚାଇବାର ବ୍ୟବସ୍ଥା କରିବା, ଦୁର୍ଘଟଣାରେ ମୃତ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବା ସହ ଦୁର୍ଘଟଣାଗ୍ରସ୍ତ ସମସ୍ତ ଶ୍ରମÿିକଙ୍କର ଚିକିତ୍ସା ଦାୟିତ୍ୱ ବହନ କରିବା, ପ୍ରବାସୀ ଶ୍ରମିକଙ୍କୁ ବର୍ଷସାରା ଉପଯୁକ୍ତ କାମ ଯୋଗାଇ ଦେବା, ରାଜ୍ୟର ସମସ୍ତ କ୍ୱାରେଂଟାଇନ ସେଂଟର ଗୁଡିକରେ ପ୍ରବାସୀ ଶ୍ରମିକଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବା ସହ ସେମାନଙ୍କ ଉପରେ ଅମାନବୀୟ ବ୍ୟବହାର ବନ୍ଦ କରିବା, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପାରାମେଡିକାଲ ଷ୍ଟାଫମାନଙ୍କୁ ଆବଶ୍ୟକ (ପିପିଇ) ବ୍ୟକ୍ତିଗତ ସୁରକ୍ଷା ଉପକରଣ ଅବିଳମ୍ବେ ଯୋଗାଇ ଦେବା
କରୋନା ଯୋଗୁଁ କ୍ଷତିଗ୍ରସ୍ତ ଦୁଗ୍ଧ, ପରିବା, ମତ୍ସ୍ୟ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା, ଅଣସଂଗଠିତ ଶ୍ରମିକ, ଉଠା ଦୋକାନୀ, ଅଟୋଚାଳକ, ରିକ୍ସାଚାଳକ, ଦର୍ଜୀ, ପାଚିକା, ପରିଚାରିକା, ଆଶା, ଅଙ୍ଗନୱାଡି କର୍ମୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା, ଅଂପନ ବାତ୍ୟାରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା, ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା, ଶିକ୍ଷାର ସମସ୍ତ ସ୍ତରରେ ସମସ୍ତ ପ୍ରକାର ଫିସ ଛାଡ କରିବା, ମଦ ବିକ୍ରି ସଂପୂର୍ଣ୍ଣ ନିଷିଦ୍ଧ କରିବା, ସରକାରଙ୍କ ଘୋଷିତ ଦୁଇମାସର ବିଦୁ୍ୟତ୍ ଦେୟ ଛାଡ କରିବା ସହ ବିଦୁ୍ୟତ୍ କ୍ଷେତ୍ରକୁ ସରକାରୀ କରଣ କରିବା, ଦୈନିକ କାର୍ଯ୍ୟ ନିର୍ଘଂଟ ୮ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି କରିବା ନିଷ୍ପତି ପ୍ରତ୍ୟାହାର କରି ଶ୍ରମ ଆଇନ କଡାକଡି ଲାଗୁ କରିବା, ଆଧାରକାର୍ଡ ଥାଇ ଖାଦ୍ୟ ସୁରକ୍ଷା ଆଇନରେ ପରିସର ଭୁକ୍ତ ହୋଇନଥିବା ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ ସମଗ୍ରୀ ଯୋଗାଇ ଦେବା, ଚାଷୀମାନଙ୍କୁ ସଂପୂର୍ଣ୍ଣ ଋଣ ଛାଡ କରିବା ସହ ବିନା ସୁଧରେ ନୂଆ ଋଣ ପ୍ରଦାନ କରିବା, ବିନା ସଲାମୀରେ ଭୂମିହୀନମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା, ତାଳଚେର ଉପଖଣ୍ଡରେ ଏମସିଏଲ, ଏନଟିପିସି ସମେତ ସମସ୍ତ ଶିଳ୍ପ ଓ ଖଣି ଅଂଚଳକୁ ପ୍ରଦୂଷଣ ମୁକ୍ତ କରିବା, ତାଳଚେର ଠାରେ ନିର୍ମିତ “ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସସେସ୍ ଏଣ୍ଡ ରିସର୍ଚ୍ଚ”କୁ ସରକାରୀ ପରିଚାଳନାରେ ଅବିଳମ୍ବେ କାର୍ଯ୍ୟକାରୀ କରିବା ଆଦି ୧୮ ଦଫା ଦାବିକୁ ପୂରଣ ପାଇଁ ଓଡିଶାର ମଖ୍ୟମନ୍ତ୍ରୀ ଆଶୁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦଳ ଦୃଢ ଦାବି କରିଛି । ଏସ୍ୟୁସିଆଇ(କମ୍ୟୁନିଷ୍ଟ) କଣିହାଁ ଆଂଚଳିକ କମିଟି ଜୋନ-୧ ସଂପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁ, ଏସ୍ୟୁସିଆଇ(କମ୍ୟୁନିଷ୍ଟ) କଣିହାଁ ଆଂଚଳିକ କମିଟି ଜୋନ-୨ ସଂପାଦିକା ମାନସୀ ସ୍ୱାଇଁ, ସଭ୍ୟ ପ୍ରତାପ ପ୍ରଧାନ, ଟୁନା ନାଏକ, ଉଲ୍ଲ୍ାସ କୁମାର ମୁଦୁଲି, ଅଭୟ ନାଏକ, ପରମାନନ୍ଦ ସାହୁ ପ୍ରମୁଖ କଣିହାଁ ବିଡିଓଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଥିଲେ ।