Odisha news

ଏସିଆନ ଗେମ୍ସର ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ ନୀତା ଅମ୍ବାନୀ; ୮୫ଟି ପଦକମଧ୍ୟରୁ ୨୯ଟିରେ ରିଲାଏନ୍ସ ଫାଉଣ୍ଡେସନର ଯୋଗଦାନ

0

– ରିଲାଏନ୍ସ ଫାଉଣ୍ଡେସନ ସହିତ ଯୋଡି ହୋଇଥିବା ୪୮ ଜଣ ଖେଳାଳି ଟିମ୍ ଇଣ୍ଡିଆର ଅଂଶ ରହିଥିଲେ

– ବିଶେଷକରି ମହିଳା ଖେଳାଳିମାନଙ୍କ ସଫଳତାକୁ ନୀତା ଅମ୍ବାନୀଙ୍କ ପ୍ରଶଂସା

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ନୀତା ମୁକେଶ ଅମ୍ବାନୀ ଟିମ୍ ଇଣ୍ଡିଆକୁ ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ଜିତିଥିବା ୮୫ଟି ପଦକରୁ ୨୯ଟିରେ ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟକ୍ରମ ଏବଂ ସହଭାଗିତା ସହିତ ଯୋଡି ହୋଇରହିଥିବା ଖେଳାଳିମାନଙ୍କ ଅବଦାନ ରହିଛି। ଫାଉଣ୍ଡେସନ ସହିତ ଯୋଡି ହୋଇ ରହିଥିବା ୪୮ ଜଣ ଖେଳାଳି ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିଥିଲେ। ଭାରତ ୮୫ଟି ପଦକ ସହିତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲା।

ଅଭିନନ୍ଦନ ଜଣାଇ ନୀତା ଅମ୍ବାନୀ କହିଛନ୍ତି, “ଟିମ୍ ଇଣ୍ଡିଆ ଦେଶକୁ ଗର୍ବିତ କରିବା ପାଇଁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଛି। ବିଶେଷକରି ଆମ ମହିଳା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଯୁବତୀମାନଙ୍କୁ ପ୍ରେରଣା ଦେଇଛନ୍ତି। ରିଲାଏନ୍ସ ଫାଉଣ୍ଡେସନର ଖେଳାଳିମାନଙ୍କ ସଫଳତା ଯୁବ ପ୍ରତିଭାମାନଙ୍କ ଉପରେ ଆମର ବିଶ୍ୱାସକୁ ଆହୁରି ଦୃଢ଼ କରିଛି।”

ଏସିଆନ୍ ଗେମ୍ସ ଆରମ୍ଭ ହେବା ପୂର୍ବରୁ ମଧ୍ୟ ନୀତା ଅମ୍ବାନୀ ଟିମ୍ ଇଣ୍ଡିଆ ପାଇଁ ଏକ ସନ୍ଦେଶ ଜାରି କରିଥିଲେ। ସେତେବେଳେ ସେ ବିଶେଷଭାବେ ରିଲାଏନ୍ସ ଫାଉଣ୍ଡେସନ ସହିତ ଯୋଡି ହୋଇରହିଥିବା ୪୮ ଜଣ ଖେଳାଳିଙ୍କ ବିଷୟରେ ଉଲ୍ଲେଖ କରି ସେମାନଙ୍କର ବର୍ଷତମାମ ପରିଶ୍ରମ ଏବଂ ପରିବାରର ତ୍ୟାଗକୁ ମନେପକାଇଥିଲେ।

ଅଲିମ୍ପିକ୍ସରେ ସାମିଲ ହେଉଥିବା ୧୦ରୁ ଅଧିକ କ୍ରୀଡ଼ାରେ ରିଲାଏନ୍ସ ଫାଉଣ୍ଡେସନ ୨୦୦ରୁ ଅଧିକ ଖେଳାଳିଙ୍କୁ ସହାୟତା କରୁଛି। ଏହା ଅଧୀନରେ ଖେଳାଳିମାନଙ୍କୁ ଛାତ୍ରବୃତ୍ତି ସହିତ କ୍ରୀଡ଼ା ବିଜ୍ଞାନ, କ୍ରୀଡ଼ା ଚିକିତ୍ସା, ପ୍ରଶିକ୍ଷଣ, ପ୍ରଯୁକ୍ତିବିଦ୍ୟା, ଉପକରଣ ଏବଂ ଆନ୍ତର୍ଜାତୀୟ ଅଭିଜ୍ଞତା ଭଳି ବିବିଧ ସୁବିଧା ଯୋଗାଇ ଦିଆଯାଉଛି।

ନୀତା ଅମ୍ବାନୀ ଭାରତର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିବା ପ୍ରତ୍ୟେକ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏସିଆନ୍ ଗେମ୍ସରେ ଅନେକ ଭାରତୀୟ ଖେଳାଳି ନିଜ ପ୍ରଦର୍ଶନ ଆଧାରରେ ଲସ୍ ଏଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏହିପରି ଭାବେ ଏସିଆନ୍ ଗେମ୍ସର ଏହି ସଫଳତା ଏବେ ଭାରତର ପରବର୍ତ୍ତୀ ଅଲିମ୍ପିକ୍ସ ଆହ୍ୱାନ ପାଇଁ ପ୍ରସ୍ତୁତି ସହିତ ମଧ୍ୟ ଯୋଡି ହୋଇଛି।

Nalco
Leave A Reply