ବାଲେଶ୍ୱର ଓ ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରାଇ ନେଟୱର୍କ ପରୀକ୍ଷଣରେ ଜିଓ ସର୍ବାଧିକ ୨୩୯ ଏମବିପିଏସରୁ ଅଧିକ ଡାଉନଲୋଡ୍ ସ୍ପିଡ୍ ସହ ଶୀର୍ଷରେ
- ଟ୍ରାଇ ନେଟୱର୍କ ପରୀକ୍ଷଣରେ ଜିଓ ନେଟୱର୍କରେ ରେକର୍ଡ ହୋଇଥିବା ହାରାହାରି ଡାଉନଲୋଡ୍ ସ୍ପିଡ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀଠାରୁ ସାଢେ ତିନିଗୁଣ ଅଧିକ
ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପୁଣିଥରେ ନିଜର ନେଟୱର୍କ ଶ୍ରେଷ୍ଠତା ପ୍ରମାଣିତ କରିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ନେଟୱାର୍କ ପରୀକ୍ଷଣ (ଇଣ୍ଡିପେଣ୍ଡେଣ୍ଟ ଡ୍ରାଇଭ ଟେଷ୍ଟ) ଫଳାଫଳ ଅନୁଯାୟୀ, ବାଲେଶ୍ୱର ଓ ଏହାର ଆଖପାଖ ଅଂଚଳରେ ଜିଓ ସର୍ବାଧିକ ନେଟୱର୍କ ଉପଲବ୍ଧତା ସହ ସର୍ବାଧିକ ୨୩୯.୨୪ ଏମବିପିଏସ ହାରାହାରି ଡାଉନଲୋଡ୍ ସ୍ପିଡ୍ ରେକର୍ଡ କରିଛି।
ଏହି ପରୀକ୍ଷଣରେ ରେକର୍ଡ ହୋଇଥିବା ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀଠାରୁ ସାଢେ ତିନିଗୁଣରୁ ଅଧିକ ରହିଥିଲା, ଯାହା ଜିଓର ଦୃଢ଼ ୪ଜି ଏବଂ ୫ଜି ନେଟୱର୍କକୁ ପ୍ରତିଫଳିତ କରିଛି। ଏହି ପରୀକ୍ଷଣର ଅଂଶ ଭାବେ ଟ୍ରାଇ ଅଗଷ୍ଟ ୧୮ ତାରିଖରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ ବାଲେଶ୍ୱର ଓ ଏହାର ଆଖପାଖ ସହର ତଥା ଏହା ସଂଲଗ୍ନ ଅଞ୍ଚଳରେ ମୋଟ ୩୪୫ କିଲୋମିଟର ରାସ୍ତାରେ ଡ୍ରାଇଭ୍ ଟେଷ୍ଟ କରିଥିଲା।
ଟ୍ରାଇ ପକ୍ଷରୁ ବାଲେଶ୍ୱର, ଜାନୁଗଞ୍ଜ, ମଲ୍ଲିକାଶପୁର, ରେମୁଣା, ଫୁଲାଡ଼ି, ସୋରୋ, ମାର୍କୋଣା, ଅନନ୍ତପୁର, ଗୋପାଳପୁର, ଜାମୁଝାଡ଼ି, ଗଣ୍ଡିବେଡ଼, ସନ୍ତରାଗଡ଼ିଆ, ସେରଗଡ଼, ନୀଳଗିରି, ଅମର୍ଦା ରୋଡ୍, ଦରଡ଼ା, ଜାମଶୁଳୀ, ଚଲାନ୍ତି, ନାମ୍ପୋ, ଜଳେଶ୍ୱର, ବାହାର୍ଦା ଏବଂ ବାଲିଆପାଳ ଅଞ୍ଚଳରେ ମୋବାଇଲ୍ ନେଟୱର୍କର ଗୁଣବତ୍ତା ଆକଳନ କରାଯାଇଥିଲା।ବ୍ୟସ୍ତବହୁଳ ସ୍ଥଳ ଗୁଡିକରେ ଉପଭୋକ୍ତାଙ୍କ ପ୍ରକୃତ ଅନୁଭୂତିକୁ ପରଖିବା ପାଇଁ ବାଲେଶ୍ୱର ଓ ଏହାର ଆଖପାଖର ସାତଟି ବ୍ୟସ୍ତବହୁଳ ହଟସ୍ପଟ୍ ରେ ମଧ୍ୟ ଟ୍ରାଇ ବାସ୍ତବ ପରିସ୍ଥିତିରେ ନେଟୱର୍କ ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲା। ଏହି ସ୍ଥାନଗୁଡ଼ିକ ମଧ୍ୟରେ ରହିଥିଲା ବାଲେଶ୍ୱର ବସ୍ ଷ୍ଟାଣ୍ଡ, ଚନ୍ଦନେଶ୍ୱର ମନ୍ଦିର, ସରକାରୀ ଜିଲ୍ଲା ହସ୍ପିଟାଲ, ଜଳେଶ୍ୱର ରେଳ ଷ୍ଟେସନ୍, କେକେଏସ ମହିଳା ମହାବିଦ୍ୟାଳୟ, ବାଲେଶ୍ୱର ମୁଖ୍ୟ ବଜାର, ଏବଂ ମ୍ୟାକ୍ସ ମଲ୍।
ଟ୍ରାଇ ପକ୍ଷରୁ ପ୍ରକାଶିତ ନେଟୱାର୍କ ପରୀକ୍ଷଣ ଫଳାଫଳ ଅନୁଯାୟୀ, ରିଲାଏନ୍ସ ଜିଓ ସର୍ବାଧିକ ୨୩୯.୨୪ ଏମବିପିଏସ ହାରାହାରି ଡାଉନଲୋଡ୍ ସ୍ପିଡ୍ ରେକର୍ଡ କରିଛି। ଏହା ପଛକୁ ଏୟାରଟେଲ୍ ୬୭.୧୦ ଏମବିପିଏସ, ଭୋଡାଫୋନ ଆଇଡ଼ିଆ ୨୪.୬୫ ଏମବିପିଏସ ଏବଂ ବିଏସଏନଏଲ ୮.୧୮ ଏମବିପିଏସ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ କରିଛନ୍ତି। ଏହି ପରୀକ୍ଷଣରେ ହାରାହାରି ଅପଲୋଡ୍ ସ୍ପିଡ୍ ରେ ମଧ୍ୟ ଜିଓ ୧୬.୨୮ ଏମବିପିଏସ ସହିତ ଉତ୍ତମ ପ୍ରଦର୍ଶନ କରିଛି।
ନେଟୱର୍କ ପ୍ରଦର୍ଶନର ଅନ୍ୟ ଏକ ପ୍ରମୁଖ ସୂଚକ ନେଟୱର୍କ ଉପଲବ୍ଧତାରେ ମଧ୍ୟ ପ୍ରାୟ ୧୦୦ ପ୍ରତିଶତ ସ୍କୋର ସହିତ ଜିଓ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ସେହିଭଳି ସମସ୍ତ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଜିଓର କଲ୍ ଡ୍ରପ୍ ହାର ସର୍ବନିମ୍ନ ୦.୭ ପ୍ରତିଶତରୁ କମ୍ ରହିଥିବା ଟ୍ରାଇ ପକ୍ଷରୁ କରାଯାଇଥିବା ଏହି ପରୀକ୍ଷଣରେ ଜଣାପଡିଛି।
ନିରନ୍ତର ଶ୍ରେଷ୍ଠ ନେଟୱର୍କ ପ୍ରଦର୍ଶନ ସହ ରିଲାଏନ୍ସ ଜିଓ ଭଏସ୍ ସ୍ପଷ୍ଟତା, କମ୍ ଲାଟେନ୍ସି ଏବଂ ହାଇସ୍ପିଡ଼ ମୋବାଇଲ୍ ଡାଟା କ୍ଷେତ୍ରରେ ନୂଆ ମାନଦଣ୍ଡ ସ୍ଥାପନ କରିଚାଲିଛି। ଏହା ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଡିଜିଟାଲ ଇଣ୍ଡିଆର ସୁଫଳ ପହଞ୍ଚାଇବାରେ ସହାୟତା କରୁଛି।
ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟରେ ଜିଓର ୧ କୋଟି ୮୬ ଲକ୍ଷରୁ ଅଧିକ ମୋବାଇଲ୍ ଉପଭୋକ୍ତା ଏବଂ ୮ ଲକ୍ଷ ୨୧ ହଜାରରୁ ଅଧିକ ଜିଓଫାଇବର ଓ ଜିଓଏୟାରଫାଇବର ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ରହିଛନ୍ତି। ଏହାର ବ୍ୟାପକ ୪ଜି ଏବଂ ୫ଜି ନେଟୱର୍କ ଏହି ଅଭିବୃଦ୍ଧିକୁ ଆହୁରି ସୁଦୃଢ଼ କରିଛି।
ଅତ୍ୟାଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-କେନ୍ଦ୍ରିକ ନୀତି ବଳରେ ସଶକ୍ତ ଜିଓ ଓଡ଼ିଶାର ସହର, ଗ୍ରାମାଞ୍ଚଳ ଓ କୋଣ ଅନୁକୋଣରେ ଡିଜିଟାଲ୍ କ୍ରାନ୍ତିକୁ ନିରନ୍ତର ଆଗକୁ ବଢାଇବା ଜାରି ରଖିଛି।
