Odisha news

ନୋରା ଦାନ କଲେ ପିପିଇ  କିଟ୍‌

0

କରୋନା ଯୋଦ୍ଧାଙ୍କ ପ୍ରତି ବଲିଉଡ୍‌ ଷ୍ଟାର୍‌ଙ୍କ ଅନେକ ଯୋଗଦାନ ରହିଛି । ଡାନ୍ସର୍‌ ନୋରା ଫତେହୀ ପିପିଇ କିଟ୍‌ ଦାନ କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏହାର ସୂଚନା ଦେଇ ଭିଡିଓ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ସେ ସାଧାରଣ ଲୋକଙ୍କୁ କିଟ୍‌ସ ଦାନ କରିବାକୁ ନିବେଦନ କରିଛନ୍ତି । ନୋରା କହିଛନ୍ତି, ସମସ୍ତେ ଘରେ ଥିବେ ଓ ସୁରକ୍ଷିତ ଥିବେ । ହେଲେ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ ଆମ ପାଇଁ କର୍ତ୍ତବ୍ୟ କରୁଛନ୍ତି । କିଛି ଲୋକ କହୁଛନ୍ତି ସେମାନେ ତାଙ୍କ ଡୁ୍ୟଟି କରୁଛନ୍ତି । ହେଲେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ସେମାନଙ୍କୁ ପିପିଇ କିଟ୍‌ର ଅଧିକ ଆବଶ୍ୟକତା ରହିଛି । ସେମାନଙ୍କ ସୁରକ୍ଷା ଦାୟିତ୍ୱ ନେବା ଆମ କର୍ତ୍ତବ୍ୟ । ଆପଣ ଏକା କିମ୍ବା ଗ୍ରୁପ୍‌ ହୋଇ କିଟ୍‌ ଦାନ କରିପାରିବେ ।

Leave A Reply