ଆମେରିକା : ଆମେରିକାର ଲି ରେଡମଣ୍ଡ୍ ୧୯୭୯ ମସିହାରୁ ହାତ ନଖ କାଟିନାହାନ୍ତି । ସେ ନଖକୁ ମଜଭୁତ ରଖିବା ସହ ପଲିଶ୍ କରିବା ପାଇଁ ପ୍ରତିଦିନ ଗରମ ଅଲିଭ୍ ଅଏଲ୍ରେ ନଖକୁ ବୁଡ଼ାଇ ରଖନ୍ତି । ତାଙ୍କ ଦୁଇ ହାତ ନଖର ଲମ୍ବ ୮.୬୫ ମିଟର । ସବୁଠୁ ଲମ୍ବା ନଖ ପାଇଁ ସେ ଗିନିଜ୍ ୱଲïର୍ରେ କର୍ଡ଼ ହାସଲ କରିଛନ୍ତି । ଲି କହିଛନ୍ତି, ନଖ ରଖିବା ମୋ ପାଇଁ ଏକ ଚାଲେଞ୍ଜ୍ ଥିଲା । ମୁଁ ନଖ କାଟିବା ପାଇଁ ତାରିଖ ପରେ ତାରିଖ ଗଡ଼ାଉଥିଲି । ହେଲେ ଏବେ ଆଉ ନଖ କାଟିପାରିବି ନାହିଁ । ଭାବୁଛି ମୋ ନଖ ମୋର ପରିଚୟ । ମୋତେ ଲୋକେ ନଖ ମହିଳା ଭାବେ ଜାଣନ୍ତି । ଥରେ ଏକ କାର୍ ଦୁର୍ଘଟଣାରେ ଲି’ଙ୍କ ନଖ ଫାଟିଗଲା । ହେଲେ ସମୟକ୍ରମେ ସେ ଲମ୍ବା ନଖ ପୁନଶ୍ଚ ଫେରିପାଇଲେ । ଏହି ଅସାଧାରଣ ଲମ୍ବା ନଖ ପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି ।